Site icon Awaj Media

ନିମ୍ବ ଗଛରୁ ଝରୁଛି କ୍ଷୀର !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ନିମ୍ବ ଗଛରୁ ଝରୁଛି କ୍ଷୀର । ତାହା ପୁଣି ଅନବରତ । ଦିନ, ରାତି ଲାଗିଛି ଭିଡ଼ । ଗତ ଶୁକ୍ରବାର ଦଶମୀ ତିଥିରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କୋଶିଆପାଳ ପଞ୍ଚାୟତ ଅଧିନସ୍ତ ଖସାପଡ଼ିଆ ରୁ ବାବୁରାମ ପାଟଣା ଯିବା ରାସ୍ତାର ମଧ୍ୟ ଭାଗରେ ଥିବା ଗୁରୁଜୀ ଗୌରାଙ୍ଗ ସାହୁଙ୍କ ବଗିଚାରେ ଥିବା ଏକ ବୃହତ ନିମ୍ବ ଗଛରୁ ଅନବରତ ବହିଚାଲିଛି କ୍ଷୀର । ଆଉ ଏହି କ୍ଷୀର ବହି ଯାଉଥିବା କ୍ଷୀର ଧାରାରେ ଲାଗିଛନ୍ତି ମାଛି, ଜନ୍ଦା ଓ ପିମ୍ପୁଡି l ଗତ କାଲି ଠାରୁ ଆଜି ଅଧିକ ମାତ୍ରାରେ କ୍ଷୀର ବାହାରୁ ଥିବାରୁ ଆଜି ସକାଳୁ ସକାଳୁ ଘଟଣା ସ୍ଥଳରେ ଲୋକଙ୍କ ଲାଗିଛି ଭିଡ଼ l

Exit mobile version