Site icon Awaj Media

ନୟାଗଡ ରେ ଜିଲ୍ଲା ସ୍ତରୀୟ ୧୧ ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଡ଼ାଇମଣ୍ଡ ଜୁବିଲି ଅଡିଟୋରିୟମ ଠାରେ ବହୁ ଆଡମ୍ବର ଭାବେ ପାଳିତ ହୋଇଅଛି ଅନ୍ତର୍ଜାତୀୟ ଯୋଗ ଦିବସ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବରେ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ, ମାନ୍ୟବର ମନ୍ତ୍ରୀ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଖଣ୍ଡପଡା ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନିଲ୍ ଅଗ୍ରୱାଲ ଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧୂକାରୀ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଯୋଗ ଦେଇଥିଲେ ।

ଏକା ସାଙ୍ଗରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ ସହିତ ଜୁବିଲି ଅଡିଟୋରିୟମ ଓ କଲେଜ ଖେଳ ପଡ଼ିଆରେ ଯୋଗ ଶିକ୍ଷକ ପରମାନନ୍ଦ ପରିଡା, ସୁଶାନ୍ତି କୁମାର ଚାନ୍ଦ, ପ୍ରତାପ ରାଣା ସିଂଙ୍କ ଦ୍ବାରା ଯୋଗ ଅଭ୍ୟାସ କରାଯାଇଥିଲା ଏବଂ ଶପଥ ପାଠ କରାଯାଇଥିଲା । କାର୍ଯ୍ୟକ୍ରମରେ ଏକ ହଜାରରୁ ଉର୍ଦ୍ଧ୍ବ ସଂଖ୍ୟାରେ ଛାତ୍ର ଛାତ୍ରୀ, ଅଭିଭାବକ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ବିଭିନ୍ନ ଅଧିକାରୀ , ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଜନତା ଏହି ଯୋଗାଭ୍ୟାସରେ ସାମିଲ ହୋଇଥିଲେ ! ଅବକାରୀ ଅଧିକ୍ଷକ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା କୁମାରୀ ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧଳାରୀ ଘୋମା ମମୀ ଆଚାର୍ଯ୍ୟ ମମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ।

Exit mobile version