Site icon Awaj Media

ଦୈନନ୍ଦିନ ଜୀବନରେ ଅବରୋଧ : ଜୀବନ ହେଉଛି ଯନ୍ତ୍ରଣାମୟ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଜୀବନର ରାସ୍ତା ବେଳେ ବେଳେ ବହୁତ କଠିନ ହୁଏ । ଏପରି ଗୋଟିଏ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ମନ୍ତ୍ରୀପଡା ଗ୍ରାମର ନିମାଇ ଚରଣ ଲେଙ୍କାଙ୍କ ସହ । ବିକଳାଙ୍ଗ ଥିବାରୁ କିଛି ଦିନ ତଳେ ସରକାରଙ୍କ ତରଫରୁ ତାଙ୍କୁ ଏକ ବ୍ୟାଟେରୀ ଚାଳିତ ଗାଡି ମିଳିଥିଲା, ଯାହା ତାଙ୍କ ଯାତାୟାତ ଓ ଦୈନନ୍ଦିନ ଜୀବନରେ ଅନେକ ସାହାଯ୍ୟ କରୁଥିଲା। କିନ୍ତୁ ବର୍ତ୍ତମାନ ଏହି ଗାଡ଼ି ଅପରିଚାଳନ ହେଉଛି । ଗଭୀର ତେଜି ହେଉଛି ତାଙ୍କର ଦୁଃଖ । ଗାଡ଼ି ଚାଲିବାରେ ଅସୁବିଧା ହେଉଥିବାରୁ ତାଙ୍କୁ ଘରୁ ବାହାରିବା ହସ୍ପିଟାଲକୁ ଯିବା, ବଜାର ଚାଲିବା ସମସ୍ତ କାମ ଅବରୋଧ ହୋଇଛି ।ସେ ଗାଡ଼ି ପୁନର୍ବାର ଚାଲିବା ଧିରେ ଧିରେ ଅଯୋଗ୍ୟ ହେଇଯାଉ ଥିବାରୁ ତାଙ୍କୁ ଏକ ନୂଆ ବ୍ୟାଟେରୀ ଚାଳିତ ଗାଡ଼ି ଦିଆଯାଉ । ଏହି ଦାବିର ସହିତ ସେ ଅଧିକାରୀ ଓ ପ୍ରଶାସନର ନଜର ଆକୃଷ୍ଟ କରି ଆସୁଛନ୍ତି ।ସରକାର ଓ ସମ୍ପର୍କିତ ବିଭାଗ ପାଖରେ ମଧ୍ୟ ନୀମାଇ ଚରଣ ଲେଙ୍କା ଦାବି କରିଛନ୍ତି । ଶୀଘ୍ର ଏକ ନୂଆ ଗାଡ଼ି ଦିଆଯାଉ ଯାହା ତାଙ୍କ ଜୀବନରେ ଆଉ ଏକ ଆଶା ଆଣିପାରିବ।ଅପରପଟେ ଆମେ ଏନେଇ ଡେରାବିଶ୍ ବ୍ଲକ ଉନ୍ନୟନ ଅଧିକାରୀଙ୍କ ପ୍ରତିକ୍ରିୟା ଲୋଢିଥିଲୁ ହେଲେ ତାଙ୍କର ଅନୁପସ୍ଥିତ ଯୋଗୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Exit mobile version