Site icon Awaj Media

ଭୁଶୁଡ଼ି ପଡ଼ିଲା ହିନ୍ଦୋଳ ପ୍ରାଣୀ ଚିକିତ୍ସାଳୟର ପାଚେରୀ କାନ୍ଥ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ହିନ୍ଦୋଳ ପ୍ରାଣୀ ଚିକିତ୍ସାଳୟର ପାଚେରୀ କାନ୍ଥ ଭୁଶୁଡ଼ି ପଡ଼ିଲା l ପୁରୁଣା କାନ୍ଥରେ ରଙ୍ଗ ମାରି ଠିକାଦାର ଛୁ l ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟରେ l ପ୍ରାଣୀ ଚିକିତ୍ସାଳୟର ନୂଆ କାର୍ଯ୍ୟାଳୟର ବିଲ୍ଡିଂ ହୋଇଥିବା ବେଳେ ଅଫିସ ସାମ୍ନାରେ ଥିବା ପୁରୁଣା ପାଚେରୀ କାନ୍ଥ କୁ ଠିକାଦାର ରଙ୍ଗ ମାରି ନୂଆ କାମ ର ବିଲ ନେଇ ଛୁ ହୋଇଥିବା ଜଣା ଯାଇଛି l ଏହି କାନ୍ଥ ଖସି ପଡ଼ିବା ବିଷୟରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଆମ ପ୍ରତିନିଧି ପଚାରି ବାରୁ ସେ କହିଲେ କିଏ କାମ କରିଛି ଓ କେଉଁ ବିଭାଗ କାମ କରିଛି ସେହି ବିଷୟରେ ଆମ ପାଖରେ କୌଣସି ସୂଚନା ନାହିଁ l ତେଣୁ ଯାହା ଜଣା ପଡ଼ୁଛି ପୁରୁଣା କାନ୍ଥରେ ରଙ୍ଗ ମାରି ଠିକାଦାର ବିଲ କରି ପାର ହୋଇଛି l ତେଣୁ ଏହି ପ୍ରାଣୀ ଚିକିତ୍ସାଳୟର ବିଲଡିଂ କୁ କେଉଁ ବିଭାଗ କରିଛି ଓ ଠିକାଦାର କିଏ ତାହା ଭିଜିଲାନ୍ସ ତଦନ୍ତ କରାଯାଇ ଠିକାଦାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜନସାଧାରଣ ଦୃଢ଼ ଦାବି କରିଛନ୍ତି l

Exit mobile version