Site icon Awaj Media

ନରଣଗଡ ଜଗନ୍ନାଥ ମନ୍ଦିରରେ ବିଶ୍ୱଶାନ୍ତି ମହାଯଜ୍ଞ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନରଣଗଡ ଜଗନ୍ନାଥ ମନ୍ଦିରରେ ବିଶ୍ୱଶାନ୍ତି ମହାଯଜ୍ଞ । ଖୋର୍ଦ୍ଧା ଜିଲ୍ଲା ନରଣଗଡ ଠାରେ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିର ପ୍ରାଗଂଣରେ ଅନୁଷ୍ଠିତ ହୋଇଛି ତୃତୀୟ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ । ଆଶାଢ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ପ୍ରତ୍ୟେକ ବର୍ଷ ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ । ନରଣଗଡ ଜଗନ୍ନାଥ ସେବା ସଂଘ ପକ୍ଷରୁ ଚଳିତବର୍ଷ ମହାଯଜ୍ଞ ଦୁଇଦିନ ଧରି ହେଉଅଛି । ମାନସିକଧାରି ମହିଳା ଓ ପୁରଷ ମାନେ ନିକଟସ୍ଥ ପୁସ୍କରୀଣୀରୁ କଳସରେ ପାଣି ଆଣି ଯଜ୍ଞ ମଣ୍ଡପକୁ ଆଣିବା ପରେ ଠାକୁରଙ୍କ ଅଙ୍କୁରାରୋପଣ ସହିତ ମହାଯଜ୍ଞ ର ରୀତିନିତୀ ଅନୁସାରେ ବ୍ରାହ୍ମଣ ପଣ୍ଡିତ ମାନଙ୍କ ମନ୍ତ୍ରପାଠରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ସୁରୁଖୁରୁରେ ହୋଇଥିଲା । ଦୁଇଦିନ ଧରି ମନ୍ଦିର ପରିସରରେ ଭଜନ, ନାମ ସଂକିର୍ତ୍ତନ ପାରାୟଣ ହୋଇଥାଏ ଏବଂ ଶ୍ରଦ୍ଧାଳୁଙ୍କ ମାନଙ୍କ ଭିଡ ଜମିଥାଏ । ଆଖପାଖ ଅଂଚଳରୁ ଲୋକମାନେ ବିଶ୍ୱଶାନ୍ତି ମହାଯଜ୍ଞରେ ଯୋଗ ଦେଇଥାନ୍ତି ଏବଂ ଠାକୁରଙ୍କ କାର୍ଯ୍ୟକ୍ରମ ରେ ଯୋଗଦେଇ ଜଗନ୍ନାଥଙ୍କ ସାନିଧ୍ୟ ଲାଭ କରିଥାନ୍ତି । ଜଗନ୍ନାଥଙ୍କ ନିକଟରେ ବିଶ୍ୱଶାନ୍ତି ମହାଯଜ୍ଞ କରି ଜଗନ୍ନାଥ ସେବା ସଂଘର ସଦସ୍ୟ ମାନେ ସ୍ଥାନୀୟ ଜନସାଧାରଣଙ୍କ ମଗଂଳ କାମନା କରିବା ସହିତ ବିଶ୍ୱର କଲ୍ୟାଣ କାମନା କରିଛନ୍ତି ।

Exit mobile version