ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ହିନ୍ଦୋଳ ତହସିଲ ପ୍ରଶାସନ ର ମନମାନି l ଦୋଳ ମଣ୍ଡପ ରେ ଭଜନ ସନ୍ଧ୍ୟା ଆୟୋଜନକୁ ନେଇ ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ! ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଥିବା ମାଉସୀ ମା ମନ୍ଦିର ଠାରେ ! ଗୁଣ୍ଡିଚା ମନ୍ଦିର ପାଖରେ ଥିବା ଦୋଳ ମଣ୍ଡପ ରେ ଦୋଳ ଯାତ୍ରା ଦିନ ପ୍ରଭୁ ରାଧା କୃଷ୍ଣ ସେହି ମଣ୍ଡପ ଉପରେ ଚାପ ଖେଳନ୍ତି ଓ ସେହି ଭାଡ଼ି ଉପରେ ପ୍ରଭୁ ରାଧା କୃଷ୍ଣ ଦୋଳି ଖେଳନ୍ତି l କିନ୍ତୁ ସେହି ଦୋଳ ମଣ୍ଡପ କୁ ଷ୍ଟେଜ ରୂପେ ବ୍ୟବହାର କରି ତା ଉପରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ କରାଯାଇଥିବା ନଜରକୁ ଆସିଛି l ଯେଉଁ ଦୋଳ ମଣ୍ଡପ ରେ ପ୍ରଭୁ ଦୋଳ ବେଦିରେ ବସି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି , ସେହି ସ୍ଥାନରେ କିପରି ଭାବେ ତହସିଲ ପ୍ରଶାସନ ନିଜେ ମନ ଇଚ୍ଛା ରେ କାର୍ଯ୍ୟକ୍ରମ ଆୟୋଜନ କରିଛି ତାହାକୁ ଗୋପାଳ ସମାଜ ଓ ଜନସାଧାରଣ ଘୋର ନିନ୍ଦା କରିବା ସହିତ ଜନ ଅସନ୍ତୋଷ ପ୍ରକାଶ ପାଇଛି l
ହିନ୍ଦୋଳ ତହସିଲ ପ୍ରଶାସନ ର ମନମାନି !!!

