ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ (NALSA), ନୂଆଦିଲ୍ଲୀ ଓ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ (OSLSA), କଟକଙ୍କ ନିର୍ଦ୍ଦେସନା ରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA) ଦ୍ୱାରା ବନ ମହୋତ୍ସବ ସପ୍ତାହ ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଷ୍ଟାଫ, Panel Lawyers ଓ Para Legal Volunteers (PLVs)ସକ୍ରିୟ ଭାବେ ଅଂଶ ଗ୍ରହଣ କରିଛନ୍ତି । ୨୦୨୫ ଜୁଲାଇ ୫ ତାରିଖରେ ଜିଲ୍ଲାର ବେଟାଗୁଡା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ (JNV) ରେ ବିଶେଷ ଭାବେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବହୁତ ବରିଷ୍ଠ ଅତିଥିମାନେ ଉପସ୍ଥିତ ହୋଇ ଗଛ ଲାଗାଇ ପରିବେଶ ସୁରକ୍ଷା ପ୍ରତି ନିଜେ ଦୃଢ ଅଙ୍ଗୀକାର ବ୍ୟକ୍ତ କରିଛନ୍ତି। ଉପସ୍ଥିତ ବରିଷ୍ଠ ଅତିଥି ମାନେ ହେଲେ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି, ଜିଲ୍ଲା ଜଜ୍-କମ୍-ଅଧ୍ୟକ୍ଷ, DLSA, ଗଜପତି , ଶ୍ରୀ ନରୋତ୍ତମ ସେଠୀ, CJM, ଗଜପତି , ଶ୍ରୀ ବିମଳ ରାଉଳ, ସଚିବ, DLSA, ଗଜପତି , ଶ୍ରୀମତୀ ରସ୍ମିତା ସାହୁ, ସିନିୟର ବିଭାଗର ସିଭିଲ୍ ଜଜ୍, ମହିଳା ଅଦାଲତ, ପାରଳାଖେମୁଣ୍ଡି , ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ, SDJM, ପାରଳାଖେମୁଣ୍ଡି , ଶ୍ରୀ ସତ୍ୟଜିତ ପାଣି, JMSC, ପାରଳାଖେମୁଣ୍ଡି , ଶ୍ରୀ ଜିତେନ୍ଦ୍ର ପଟ୍ଟନାୟକ, ପାରଳାଖେମୁଣ୍ଡି ଓକିଲ ସଂଘ ସଭାପତି, ଶ୍ରୀ ଶ୍ରୀକାନ୍ତ ରଥ, ପ୍ରିନ୍ସିପାଲ୍, JNV ବେଟାଗୁଡା ଏବଂ ବନ ବିଭାଗର କର୍ମଚାରୀ ମାନେ !
ଜିଲ୍ଲା ଆଇନସେବା ପ୍ରାଧିକାରଣ ଗଜପତି ଦ୍ୱାରା ବନ ମହୋତ୍ସବ ସପ୍ତାହ ପାଳନ !!!

