Site icon Awaj Media

ଭଟ୍ଟାରିକା ମନ୍ଦିର ବେଢା ସ୍ବର୍ଶ କଲା ମହାନଦୀ ର ପ୍ରଥମ ବନ୍ୟା ଜଳ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ଭଟ୍ଟାରିକା ମନ୍ଦିର ବେଢା ସ୍ବର୍ଶ କଲା ମହାନଦୀ ର ପ୍ରଥମ ବନ୍ୟା ଜଳ ! ମହାନଦୀ ର ଉପରମୁଣ୍ଡ ରେ ଥିବା ହୀରାକୁଦ ଜଳ ଭଣ୍ଡାର ରୁ 20 ଟି ଗେଟ ଖୋଲିବା ପରେ ମହାନଦୀର ତଳ ମୁଣ୍ଡରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେବେ କଟକ ଜିଲ୍ଲା ବଡମ୍ବା ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ଙ୍କ ପୀଠ ବେଢା କୁ ସ୍ବର୍ଶ କରିଛି ଚଳିତ ବର୍ଷ ମହାନଦୀର ବନ୍ୟା ଜଳ । ଗତ ରାତିରେ ଯେଉଁଭଳି ଭାବରେ ମହାନଦୀ ର ଜଳସ୍ତର ବୃଦ୍ଧି ପାଉଥିଲା , ଆଜି ସକାଳ ପରଠାରୁ ନଦୀର ଜଳ ସ୍ତର ଧୀରେ ଧୀରେ ବଢୁଛି । ବଢୁଥିବା ଜଳସ୍ତର କୁ ଦୃଷ୍ଟି ରେ ରଖି ମନ୍ଦିର ପରିସରରେ ପୋଲିସ ସୁରକ୍ଷା ପ୍ରଦାନ କରାଯାଇଛି । ମନ୍ଦିର ପରିସରରେ ନଦୀକୁ ନଯିବ ପାଇଁ ସୂଚନା ଫଳକ ଲଗାଯାଇଛି । ମନ୍ଦିର ସେବାୟତ ସଜାଗ ଅଛନ୍ତି । ଯଦି ୪ ରୁ ୫ଫୁଟ ଜଳ ବଢ଼େ ତେବେ ମା ଭଟ୍ଟାରିକା ଦେବୀ ଙ୍କୁ ସ୍ଥାନାନ୍ତରିତ କରାଯିବ ନେଇ ପୂଜକ ସୂଚନା ଦେଇଛନ୍ତି ।

Exit mobile version