Site icon Awaj Media

ଏବେବି ଅବହେଳିତ ବାଙ୍କୀର ଆରାଧ୍ୟା ଦେବୀ ମା ଚର୍ଚ୍ଚିକା ପୀଠ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଦୀର୍ଘ ଚବିଶ ବର୍ଷର ଏକ ସରକାର ଯାଇ ଆଉ ଗୋଟିଏ ସରକାରକୁ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେବି ଅବହେଳିତ ବାଙ୍କୀ ର ଆରାଧ୍ୟା ଦେବୀ ମା ଚର୍ଚ୍ଚିକା । ଅପରପକ୍ଷରେ ସରକାର ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ର ଡିଣ୍ଡିମ ପିଟି ଜନ ସାଧାରଣଙ୍କୁ ନିଜର ରିପୋର୍ଟ କାର୍ଡ ଦେଖେଇ ଚାଲିଥିବା ବେଳେ କାର୍ଯ୍ୟଧାରା ସମ୍ପୂର୍ଣ୍ଣ ଶୁନ୍ । ବାଙ୍କୀ ଚର୍ଚ୍ଚିକା ମନ୍ଦିର ର ଚତୁର୍ପାଶ୍ୱ ନବିକରଣ ନିମନ୍ତେ ବିଗତ ସରକାର ରେ ପ୍ରାୟ ଏଗାର କୋଟି ଟଙ୍କା ମଞ୍ଜୁର ହୋଇ ପୂର୍ତ୍ତ ବିଭାଗ ଦ୍ୱାରା କାର୍ଯ୍ୟ ନିର୍ଦ୍ଦେଶ ଦେଇଥିଲେ ଠିକାଦାର ବିଶ୍ୱଜିତ୍ ରାଉତ ଙ୍କୁ । ଏହାର ଫଳକ ମଧ୍ୟ ମରା ସରିଥିଲା । କିନ୍ତୁ ଠିକାଦାର କାର୍ଯ୍ୟ ନିମନ୍ତେ ମନ୍ଦିରର କିଛି ଅଂଶ କାର୍ଯ୍ୟ କରିବା ନାଁରେ ଭଙ୍ଗାରୁଜା କରି ଦେଇ ଚାଲିଯାଇଛି । ଶୁଣିବା ପାଇଁ ମିଳୁଛି ଉକ୍ତ ଠିକାଦାର କୁ ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟ କରିବା ପାଇଁ ମନା କରିଛନ୍ତି ଅଧିକାରୀ , ଏପଟେ ଭଙ୍ଗା ହୋଇ ପଡିଥିବା ମନ୍ଦିର ରେ ଚଳପ୍ରଚଳ ନିମନ୍ତେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ସେବାୟତ ଓ ଯାତ୍ରୀ । ଏହି କାର୍ଯ୍ୟ ଯଥାଶୀଘ୍ର ସାରିବା ପାଇଁ ସେବାୟତ ମାନେ ଦାବି କରିଛନ୍ତି , ଯଦି ଏହା ବିଚାର କରି ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ନନିଅନ୍ତି ତେବେ ଆଗକୁ ଅସନ୍ତୋଷ ବୃଦ୍ଧି ପାଇବ !

Exit mobile version