Site icon Awaj Media

ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ଅଦ୍ଯ ବନ ବିଭାଗ ତରଫରୁ ୭୬ ତମ ବନମହୋତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ଅଦ୍ଯ ବନ ବିଭାଗ ତରଫରୁ ୭୬ ତମ ବନମହୋତ୍ସବ ପାଳନ ହୋଇଯାଇଛି। ଏହି ବନମହୋତ୍ସବରେ ମା’ ପାଇଁ ଗଛଟିଏ ବାର୍ତ୍ତା ଦିଆଯାଇଛି । ବୃକ୍ଷ ହିଁ ସମ୍ପଦ, ବୃକ୍ଷ ହିଁ ଜୀବନ। ମନୁଷ୍ୟ ଜୀବନ ପାଇଁ ବୃକ୍ଷ କେତେ ଗୁରୁତ୍ବପୂର୍ଣ୍ଣ । ଗଛ ବିନା ସମାଜ ତିଷ୍ଠି ରହିବା ଅସମ୍ଭବ। କାରଣ ଗଛ ହିଁ ମଣିଷକୁ ପ୍ରାଣବାୟୁ ଦେଉଛି। ଜୁଲାଇ ୧ ତାରିଖରୁ ଜୁଲାଇ ୭ ପର୍ଯ୍ୟନ୍ତ ସବୁଠି ବନମହୋତ୍ସବ ପାଳନ କରାଯାଉଥିଲେ ମଧ୍ୟ ଏଠାରେ ନିଆରା ଢଙ୍ଗରେ ପାଳନ କରାଯାଇଅଛି । ଏଥିରେ ଲୋକମାନଙ୍କ ମଧ୍ୟରେ ବନ ସୁରକ୍ଷା ଏବଂ ବୃକ୍ଷ ରୋପଣ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ପଦଯାତ୍ରା ବାହାରି ଗ୍ରାମ ପରିଭ୍ରମଣ କରିଥିଲେ । ଏହି କାର୍ଯକ୍ରମରେ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ହୃଦବୋଧ କରାଇ ମା’ ପାଇଁ ଗଛଟିଏ, ଶିଶୁ ପାଇଁ ଗଛଟିଏ ଲଗାଇବା ପାଇଁ ଜନ ଜାଗରଣ କରାଯାଇଥିଲା ।ଏତତ୍ ବ୍ୟତୀତ ସମାଜିକ ଜୀବନରେ ଗଛର ଭୂମିକା ସମ୍ପର୍କରେ ଆଲୋକପାତ କରିବା ପାଇଁ ଏକ ସାଧାରଣ ବୈଠକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପୋଡାମାରୀ ବନାଞ୍ଚଳ ଅଧିକାରୀ ବିନୟ ପ୍ରକାଶ, ଚନ୍ଦ୍ରଗିରି ବନାଧିକାରୀ ଚନ୍ଦନ ଗଣେଶ ପାତ୍ର ଏବଂ ସୂର୍ଯ୍ୟକାନ୍ତ ବାରିକ ତଥା ଅନ୍ୟାନ୍ୟ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସେମାନଙ୍କର ବକ୍ତବ୍ୟରେ ମାଆ ନାମରେ ଗୋଟିଏ ବୃକ୍ଷ ଏବଂ ଆମ ପରିବେଶର ରୂପରେଖକୁ ପୁଣିଥରେ ପୂର୍ବ ପରି ଫେରାଇ ଆଣିବା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ନାୟକ ବନମହୋତ୍ସବର ଗୁରୁତ୍ୱ ଏବଂ ସବୁଜିମାମୟ ପରିବେଶ ଗଠନରେ ଭାଗିଦାରୀ ହେବା ପାଇଁ ଆହ୍ବାନ କରିଥିଲେ। ଏକ ସ୍ୱଚ୍ଛ ଓ ସବୁଜ ପୃଥିବୀ ଗଠନ ଉପରେ ଆମର ଭୂମିକା ଉପରେ ଅନ୍ଯାନ୍ଯ ଅତିଥିମାନେ ମତବ୍ଯକ୍ତ କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଛଇଳ ସେଠୀ, ଉପେନ୍ଦ୍ର କୁମାର ମାଳି, ଡି ରିଙ୍କୁ ରାଓ, ଶୁଭଶ୍ରୀ ପଣ୍ଡା, ବନିତା ବେହେରା, ସସ୍ମିତା ଦାସ, ଜ୍ଯୋତ୍ସ୍ନାରାଣୀ ସାହୁ, କମଳୁନୀ ନାୟକ ଏବଂ କାଳିଆ ମହାଙ୍କୁଡ ଇତ୍ଯାଦି ଯୋଗଦାନ କରି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଲଳିତ ମୋହନ ମିଶ୍ର ସଂଯୋଜନା କରିବା ସହିତ ତାଙ୍କର ବକ୍ତବ୍ୟରେ କହିଥିଲେ ଗୋଟିଏ ମନୁଷ୍ଯ ପାଇଁ ଗୋଟିଏ ବୃକ୍ଷ ତେବେ ହୋଇବ ପୃଥିବୀ ସ୍ବଚ୍ଛ । ପ୍ରକୃତି ମା’ର ସୁରକ୍ଷା ସମସ୍ତ ମାନବଜାତି ପାଇଁ ଆଜି ଏକ ଆହ୍ୱାନ ପାଲଟିଛି । ସମସ୍ତ ସଚେତନ ନାଗରିକମାନେ ପ୍ରକୃତିର ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା ନିହାତି ଜରୁରୀ ।

Exit mobile version