Site icon Awaj Media

୨୧୫ ଦେଶରେ ଚିନ୍ମୟ ଫାଉଣ୍ଡେସନର ଆନ୍ତର୍ଜାତୀୟ ପ୍ରତିଯୋଗିତା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବସୁଧୈବ କୁଟୁମ୍ବକମ୍ ନ୍ୟାୟରେ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବରେ ଯୋଡିବା ସହ ସାଂସ୍କୃତିକ ଜାଗରଣ ମାଧ୍ୟମରେ ବିଶ୍ୱ ଭାତୃତ୍ୱ, ଶାନ୍ତି ଓ ସଦଭାବନା ପ୍ରତିଷ୍ଠା ନିମନ୍ତେ ଆଜକୁ ଦୀର୍ଘ ଦିନ ଧରି ସଂଗ୍ରାମ ଜାରି ରଖିଛି ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। ଏହି ପରିପ୍ରେକ୍ଷିରେ ଫାଉଣ୍ଡେସନ ପକ୍ଷରୁ ସମଗ୍ର ବିଶ୍ବର ୨୧୫ଟି ଦେଶରେ ଜାରି ରହିଛି ଆନ୍ତର୍ଜାତିକ ଅନଲାଇନ ପ୍ରତିଯୋଗିତା ମାନ। ଆନ୍ତର୍ଜାତୀୟ ସ୍ତରରେ ୱାର୍ଲଡ ବ୍ୟୁଟି କୁଇନ ଆଣ୍ଡ ବ୍ୟୁଟିଫୁଲ କିଙ୍ଗ, ଟିକଟକ, ମେହେନ୍ଦି, ଚିତ୍ର, ସଙ୍ଗୀତ, ନୃତ୍ୟ, ସର୍ବ ଭାଷା ସ୍ଵ ରଚିତ କବିତା ପାଠ, ମ୍ୟାଜିକ ଶୋ,ଅଭିନୟ, ଝୋଟି, ରଙ୍ଗୋଲି, ଫୁଲ ଘର ଆଦି ପ୍ରତିଯୋଗିତା ମାନ ଏଥିରେ ଅନ୍ତର୍ଭୁକ୍ତ ରହିଛି। ଏଥିରେ ସମସ୍ତ ଦେଶରୁ ହଜାର ହଜାର ସଂଖ୍ୟାରେ ପ୍ରତିଯୋଗୀ ମାନେ ଯୋଡି ହେଉଥିବାର ଦେଖିବାକୁ ମିଳିଛି। ଏହି ପ୍ରତିଯୋଗିତା ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଓ ଏଥିରେ ଭାଗନେବା ପାଇଁ ଇଛୁକ ପ୍ରତିଯୋଗୀ ମାନେ ଯୋଡି ହେବା ପାଇଁ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଡଃ. ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି ।

Exit mobile version