ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ସରପଞ୍ଚ ଙ୍କ ବିରୋଧରେ ଅଭିଯୋଗ ଆଣିଲେ ଖନ୍ଦା ଗ୍ରାମବାସୀ l ମନରେଗା ଯୋଜନାରେ ବନ୍ଧ ମାଟି ଖୋଳି ରାସ୍ତାରେ ପକାଇ କଲେ ବିଲ l ଏହିପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଖଲି ବୋରେଇ ପଞ୍ଚାୟତର ଖନ୍ଦାସାହିର ଗ୍ରାମବାସୀ l ଖନ୍ଦାସାହିର ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ କି ଏହି ଖନ୍ଦାସାହି ରାସ୍ତା ଟି ଆଗରୁ ବହୁତ ଭଲ ଥିଲା , କିନ୍ତୁ ନିଜେ ସରପଞ୍ଚ ପାଖରେ ଥିବା ଚିଁଆ ଶାଳ ବଣି ବନ୍ଧ କୁ ମନରେଗା ଯୋଜନାରେ ଖୋଳି ସେହି ମାଟିକୁ ବନ୍ଧ ହୁଡାରେ ନ ପକାଇ ସେହି ମାଟିକୁ ଖନ୍ଦା ସାହି ରାସ୍ତା ଉପରେ ପକାଇ କାଦୁଅ କରି ଦେଇଛନ୍ତି ! ଲୋକ ମାନେ ଯିବା ଆସିବା କରିପାରୁ ନାହାନ୍ତି ଓ ପିଲା ମାନେ ସ୍କୁଲ କୁ ଯାଇପାରୁ ନାହାଁନ୍ତି ! ବନ୍ଧ ଖୋଳି ତା ବିଲ ଓ ରାସ୍ତା ଉପରେ ବନ୍ଧ ମାଟି ପକାଇ ବିଲ କରିଛନ୍ତି ବୋଲି କହିଛନ୍ତି l
ସରପଞ୍ଚ ଙ୍କ ବିରୋଧରେ ଅଭିଯୋଗ ଆଣିଲେ ଖନ୍ଦା ଗ୍ରାମବାସୀ !!!

