ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଚଳିତ ବର୍ଷ ମହାନଦୀ ର ପ୍ରଥମ ବନ୍ୟାଜଳ ! ପ୍ରଭାବିତ ହୋଇଛି ମହାନଦୀ କୁଳରେ ଥିବା ମୁଣ୍ଡଳୀ , ବାଙ୍କୀ, କଟକ,ଆଠଗଡ଼ ଅଂଚଳ ! ରାଜ୍ୟ ସରକାର ତଥା କଟକ ଜିଲ୍ଲା ପ୍ରଶାସନ ତରଫରୁ ସତର୍କ ସୂଚନା ଜାରୀ । ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଵେଳେ ଜନ ସାଧାରଣ ମାନଙ୍କୁ ନଦୀଗର୍ଭ କୁ ନଯିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଛି ଵାରଣ । ମୁଣ୍ଡଳୀ ବ୍ରିଜ୍ ରେ ବନ୍ୟା ଜଳ ଦେଖିବା ପାଇଁ ଲୋକ ଜମାଇଲେଣି ଭିଡ଼ , ଏପଟେ ତଳମୁଣ୍ଡରେ ଭାସି ଗଲାଣି କାହାର ଘର ଦ୍ଵାର । ହୀରାକୁଦ ରୁ କୋଡ଼ିଏଟି ସୁଇସ୍ ଗେଟ୍ ଖୋଲା ଯିବା ପରେ ଗତ କାଲି ସକାଳ ସୁଦ୍ଧା ୮୪ ହଜାର କ୍ୟୁସେକ ଜଳ ମୁଣ୍ଡଳୀ ବ୍ରିଜ୍ ଦେଇ ପ୍ରବାହିତ ହୋଇ ଥିବା ବେଳେ ବର୍ତମାନ ୪ ଲକ୍ଷ ରୁ ଉର୍ଦ୍ଧ୍ୱ କ୍ୟୂସେକ୍ ଜଳ ପ୍ରବାହିତ ହେଉଥିବାର ସୂଚନା ମିଳୁଛି । ଏଥି ସହିତ ତେଲ ନଦୀ ର ବନ୍ୟାଜଳ ମଧ୍ୟ ମହାନଦୀ ରେ ପ୍ରବେଶ କରିଵା ପରେ ବିପଦ ସଂକେତ ସତାଆଶୀ ଦଶମିକ ପାଞ୍ଚ ଫୁଟ୍ ଥିବା ବେଳେ ଜଳ ସ୍ତର ଚଉରାଅଶୀ ଦଶମିକ ତିନି ଫୁଟ ରହିଛି । ବନ୍ୟାଜଳ ଦେଖିବା ପାଇଁ ଆଖି ପାଖ ଅଞ୍ଚଳରୁ ଲୋକ ମାନେ ତଥା ବ୍ରିଜ ଦେଇ ଯାଉଥିଵା ପଥିକ ମାନେ ରାସ୍ତା ଜାମ୍ କରୁଥିଲା ବେଳେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେବା ସହିତ ବ୍ରିଜ୍ ଦୁର୍ବଳ ହେବା କାରଣରୁ ଛୋଟ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ଭୟ ସଂଚାର କରୁଛି ! ଠିକାଦାର ମାନଙ୍କର କାମଚଳା ପଦକ୍ଷେପ ନେଇ ଅଞ୍ଚଳ ବାସୀ କ୍ଷୋଭ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କୁ ବ୍ରିଜ ର ସୁରକ୍ଷା ନିମିତ ପୁନଃ ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି ! ବନ୍ୟା ପ୍ରଭାବିତଙ୍କୁ ଥଇଥାନ ଓ ସୁରକ୍ଷା ଦେବାପାଇଁ ମଧ୍ୟ ଅନୁରୋଧ କରାଯାଇଛି ।
ମହାନଦୀ ବନ୍ୟା ଦେଖିବା ପାଇଁ ମୁଣ୍ଡଳୀ ବ୍ରିଜ ଉପରେ ଯାତ୍ରା ପରି ଭିଡ !!!

