Site icon Awaj Media

ନାଭି ମୁମ୍ବାଇରେ ପବିତ୍ର ବାହୁଡା଼ ଯାତ୍ରା ଅନୁଷ୍ଠିତ !!!

Spread the love

ଆୱାଜ ମିଡ଼ିଆ ( ବ୍ୟୁରୋ ରିପୋର୍ଟ ) – ଶ୍ରୀକାନ୍ତ ବେଉରା : ନାଭି ମୁମ୍ୱାଇ ଖାରଘର ସ୍ଥିତ ସେକ୍ଟର ତିନିରେ ଥିବା ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ତରଫରୁ ପ୍ରବାସୀ ଓଡ଼ିଆ ମହାନ୍ ପଣ୍ଡିତ ପ୍ରମୋଦ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପବିତ୍ର ବାହୁଡା଼ ଯାତ୍ରା ସଂପନ୍ନ ହୋଇ ଚତୁର୍ଦ୍ଧା ମୂର୍ତ୍ତି ସେକ୍ଟର ବାର ଦେବକେଶ୍ଵର ମନ୍ଦିର ମାଉସୀ ମା ମନ୍ଦିରରୁ ବାହାରି ସେକ୍ଟର ତିନି ଶ୍ରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରତ୍ନବେଦୀ ଅଭିମୁଖେ ଯାତ୍ରା କରିଥିଲେ । ରଥ ଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ମାଉସୀ ମା ମନ୍ଦିରରେ ପ୍ରତିଦିନ ଆନନ୍ଦ ବଜାରରେ ମହା ପ୍ରସାଦ ସେବା ହୋଇଥିଲା । ଓଡ଼ିଆ ରୀତିନୀତି ପରମ୍ପରା ଅନୁଯାୟୀ ପୂଜାକାର୍ଯ୍ୟ ସମାପନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମହା ଆଡମ୍ବରରେ ସ୍ରମ୍ପର୍ଣ୍ଣ ହୋଇଥିଲା । ଏହି ବାହୁଡା଼ ଯାତ୍ରାରେ ସ୍ଥାନୀୟ ଜନ ସାଧାରଣ,ପ୍ରବାସୀ ଓଡ଼ିଆ ବର୍ଗ ଓ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ଥିଲେ ।

Exit mobile version