Site icon Awaj Media

ପାଟପୁରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପାଟପୁରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ! ବାଙ୍କୀ ଉପଖଣ୍ଡର ପାଟପୁର ଗ୍ରାମର ପାଇକସାହି ଭାଗବତ ଘର ପ୍ରାଙ୍ଗଣରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଚକ୍ଷ୍ୟୁ ବିଶେଷଜ୍ଞ ଡାକ୍ତର ଗାୟତ୍ରୀ ପ୍ରିୟଦର୍ଶିନୀ, ସଂଗୀତା ସାହୁ ଏବଂ ତ୍ରୁପ୍ତିମୟୀ ମହାପାତ୍ର ପ୍ରମୁଖ ରୋଗୀ ମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ । ଉକ୍ତ ଶିବିରକୁ ଏସ ବି ଆଇ ବ୍ୟାଙ୍କର ଅବସର ପ୍ରାପ୍ତ ବରିଷ୍ଠ ଅଧିକାରୀ ଭକ୍ତବନ୍ଧୁ ଶତପଥୀ ଉଦଘାଟନ କରିଥିଲେ। କଟକସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଏବଂ ଅଭୟପାଦ ଆଧ୍ଯାତ୍ମିକ ଚେତନାର ମିଳିତ ସହଯୋଗରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା | ଅଭୟପାଦ ଆଧ୍ଯାତ୍ମିକ ଚେତନାର ସଂପାଦକ ସୁଦର୍ଶନ ସାହୁ, ଅନିରୁଦ୍ଧ ପଣ୍ଡା, ମନୋରଞ୍ଜନ ଧଳ ଶିବିର ପରିଚାଳନା କରିଥିଲେ | ୨୬ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କ ମଧ୍ଯରୁ ୧୨ ଜଣଙ୍କୁ ଅସ୍ତ୍ରୋପଚାର ନିମନ୍ତେ କଟକ ଜେ.ପି.ଏମକୁ ପଠାଯାଇଥିବାର ବ୍ୟବସ୍ଥା କରାଯାଇଛି।। ଏପରି ଏକ ଜନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମକୁ ଆୟୋଜନ କରିଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି |

Exit mobile version