Site icon Awaj Media

ଜାତୀୟ ସ୍ତରୀୟ ବୁଥ ଅଧିକାରୀଙ୍କ ପଞ୍ଚମ ଦିନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜାତୀୟ ବୁଥ ସ୍ତରୀୟ ଅଧିକାରୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର କାଶ୍ୟପି ବେହେରା , ମିତାଳି ମଧୁସ୍ମିତା ପାଢ଼ୀ ଓ ସହକାରୀ ଜିଲ୍ଲାପାଳ ନିର୍ବାଚନ ବିଭାଗ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଅତିଥି ଭାବରେ ଯୋଗ ଦେଇ ପଞ୍ଚମ ଦିବସ ତାଲିମ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ଭାରତ ନିର୍ବାଚନ କମିଶନର ନିର୍ଦ୍ଧେଶ କ୍ରମେ ଗଜପତି ଜିଲ୍ଲାର ୧୩୬-ମୋହନା(ST)ବିଧାନସଭା ନିର୍ବାଚନମଣ୍ଡଳୀର ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଆଜିର ଏହି ପଞ୍ଚମ ଦିବସ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ୧୦୦ ଜଣ ବୁଥ ସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନେ ନୂତନ ଭୋଟର ନିଜର ନାମକୁ ନୂତନ ଭାବେ ଫର୍ମ -୬ ଯୋଗ କରିବା, ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରବାସୀ ଭୋଟରଙ୍କ ଫର୍ମ -୬ (କ) ଯୋଗ କରିବା ,ଫର୍ମ-୬ (ଖ)ରେ ନିଜର ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସହିତ ସଂଯୋଗ କରିବା ,ଫର୍ମ -୭ ରେ ନାମକୁ ବାଦ କରିବା, ଫର୍ମ -୮ ରେ ଭୋଟର ତାଲିକାରେ ନିଜର ତଥ୍ୟରୁ ସଂଶୋଧନ ଏବଂ ନିଜର ସ୍ଥାନକୁ ପରିବର୍ତ୍ତନ କରିବା ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରାଯାଉଛି । ସେହିପରି ଯୋଗ୍ୟ ବିବେଚିତ ଭୋଟର ମାନେ ଅନଲାଇନ୍ ମାଧ୍ୟମରେ www.nvsp.voterportal.eci.gov.in ଭୋଟର ହେଲ୍ପ ଲାଇନ ଅପ୍ ବ୍ୟବହାର କରିବା ସହିତ ବୁଥ ସ୍ତରୀୟ ଅଧିକାରୀଙ୍କ ଠାରେ ମଧ୍ୟ ଆବେଦନ କରିପାରିବେ। ଆଜିର ତାଲିମ ପ୍ରଦାନ ପରେ ପରେ ସମସ୍ତ ବୁଥ ସ୍ତରୀୟ ଅଧିକାରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ତାଲିମ କାର୍ଯ୍ୟକ୍ରମ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପଞ୍ଚମ ଦିନ ତାଲିମ କାର୍ଯ୍ୟକ୍ରମରେ ମୋହନା ବିଧାନସଭା ନିର୍ବାଚନମଣ୍ଡଳୀର ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ଦଶ ଜଣ ମାଷ୍ଟୋର ଟ୍ରେନର ବାଭ ରେ ଉପସ୍ଥିତ ରହି ବୁଥ ସ୍ତରୀୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମକୁ ନିର୍ବାଚନ ବିଭାଗର ସମସ୍ତ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।

Exit mobile version