Site icon Awaj Media

ବଡମ୍ବା ରେ ସାମ୍ବାଦିକା ସୀମନ୍ତିକା ନନ୍ଦ ଙ୍କୁ ଶ୍ରଦ୍ଧାଞ୍ଜଳୀ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ସମ୍ବାଦ ସାହିତ୍ୟ ଘର ବଡମ୍ବା ପକ୍ଷରୁ କଟକ ସମ୍ବାଦ ପ୍ରତିନିଧି ସୀମାନ୍ତିକା ନନ୍ଦଙ୍କ ସ୍ମୁତି ରେ ଶ୍ରଦ୍ଧାଞ୍ଜଳି ସଭା ! ବଡମ୍ବା ବ୍ଲକ ସମ୍ମିଳନୀ କକ୍ଷରେ କଟକ ସମ୍ବାଦ ପ୍ରତିନିଧି ସୀମାନ୍ତିକା ନନ୍ଦଙ୍କ ଦେହାନ୍ତ ଙ୍କୁ ନେଇ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ସୀମାନ୍ତ୍ତିକା ନନ୍ଦ କଟକ ସମ୍ବାଦ ପ୍ରତିନିଧି ରୂପେ ନିଷ୍ଠାପର ରୂପେ କାର୍ଯ୍ୟ କରି ଆସୁଥିଲେ । ନିର୍ଭକ ସାମ୍ବାଦିକା ରୂପେ ବେଶ ଜଣାଶୁଣା । ୪୨ ବର୍ଷ ବୟସ ରେ ତାଙ୍କର ଅକାଳ ମୃତ୍ୟୁ ଘଟିଥିଲା । ସିମାନ୍ତିକା ନନ୍ଦଙ୍କ ଉଦେଶ୍ୟ ରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବଡମ୍ବା ସମ୍ବାଦ ପ୍ରତିନିଧି ପୁପୁ ମହାନ୍ତି ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ କାଯ୍ୟକ୍ରମ ରେ ବିଧାୟକ ବିଜୟ ଦଳବେହେରା, ପ୍ରାକ୍ତନ ପଂଚାୟତ ସମିତି ଅଧ୍ୟକ୍ଷ ବିଭୁଦତ୍ତ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ , ବଡମ୍ବା ସମ୍ବାଦ ସାହିତ୍ୟଘର ର ସଭାପତି ଧନେଶ୍ୱର ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ଶିବ ନାରାୟଣ ମିଶ୍ର, ଉପ ସଭାପତି ଖଗେଶ୍ୱର ମହାପାତ୍ର, ଉପଦେଷ୍ଠା ଶାରଦା ନନ୍ଦ ଦାସ ଙ୍କ ସମତେ ଅଞ୍ଚଳ ର ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ I

Exit mobile version