Site icon Awaj Media

୧ ନମ୍ବର ଜୋନ ବିଜେଡି ଜିଲ୍ଲାପରିଷଦ ସଭ୍ୟା , ସ୍ଵାମୀଙ୍କ ଦାଦlଗିରି !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ୧ ନମ୍ବର ଜୋନ ବିଜେଡି ଜିଲ୍ଲା ପରିଷଦ ସଭ୍ୟା , ସ୍ଵାମୀଙ୍କ ଦାଦlଗିରି l ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ l ଥାନାରେ ଲିଖିତ ଅଭିଯୋଗ କଲା ହିନ୍ଦୋଳ ଉପଖଣ୍ଡ ସାମ୍ବାଦିକ ସଂଘ l ଏହିପରି ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ମାହାଲୁଣ୍ଡା ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଥିବା ମନ୍ଦିର ବନ୍ଧ ଗାର୍ଡ ୱାଲ୍ କାର୍ଯ୍ୟରେ ! ଏହି କାର୍ଯ୍ୟ କରୁଥିବା ୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟାଙ୍କ , ସ୍ବାମୀ ସୁବ୍ରତ କୁମାର ଆଚାର୍ଯ୍ୟ ୱାଲ୍ କାମ ଅତି ନିମ୍ନ ମାନର କାମ ହେଉଥିବା ଓ ସିମେଣ୍ଟ ନଦେଇ ଖାଲି କ୍ରସର୍ ଗୁଣ୍ଡ ଫେଣ୍ଟି ୱାଲ୍ କାମ କରୁଥିବା ଦେଖି ସାମ୍ବାଦିକ ଚୈତନ୍ୟ ସାମଲ ସେହି କାର୍ଯ୍ୟର ଫଟୋ ଉଠାଇବା ସମୟରେ ମଣ୍ଟୁ ଆଚାର୍ଯ୍ୟ ଚୈତନ୍ୟ ସାମଲ ଙ୍କୁ ଗାଳି ଗୁଲଜ କରିବା ସହିତ ଆକ୍ରମଣ କରି ତାଙ୍କ ମୋବାଇଲ ଛଡ଼ାଇ ଫୋପାଡି ଦେଇଥିଲେ ! ଯାହା ଫଳରେ ମୋବାଇଲ ଭାଙ୍ଗି ଯାଇଥିଲା l ତେଣୁ ଉପଖଣ୍ଡ ସାମ୍ବାଦିକ ସଂଘର ସଦସ୍ୟ ଚୈତନ୍ୟ ସାମଲ ଏହି ବିଷୟ ରେ ସଂଘ କୁ ଜଣାଇଥିଲେ ଓ ସଂଘ ର ନିର୍ଦ୍ଦେଶ କ୍ରମେ ଚୈତନ୍ୟ ସାମଲ ଜିଲ୍ଲା ପରିଷଦ ସଭ୍ୟା ସ୍ବାମୀ ମଣ୍ଟୁ ଆଚାର୍ଯ୍ୟ ଙ୍କ ବିରୋଧରେ ବାଲିମି ଥାନାରେ ଏତଲା ଦେଇଛନ୍ତି ! ଏହି ଏତଲା କୁ ଥାନା ଅଧିକାରୀ ସଲିଳ କୁମାର ପ୍ରଧାନ ଗ୍ରହଣ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି l

Exit mobile version