Site icon Awaj Media

ହିନ୍ଦୋଳ ଉପଖଣ୍ଡ ସାମ୍ବାଦିକ ସଂଘର ଷଷ୍ଠ ମାସିକ ବୈଠକ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ହିନ୍ଦୋଳ ଉପଖଣ୍ଡ ସାମ୍ବାଦିକ ସଂଘର ଷଷ୍ଠ ମାସିକ ବୈଠକ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାଉଁଶ ପୋଖରୀ ପଞ୍ଚାୟତର ଶିବ ମନ୍ଦିର ପ୍ରାଙ୍ଗଣରେ ସଂଘର ସଭାପତି ସନ୍ତୋଷ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଷଷ୍ଠ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ବସିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସଂଘ ଆଗକୁ ଆଗକୁ କିପରି ଭାବେ ବଢ଼ି ଚାଲିବ ଓ ସଂଘ ତରଫରୁ ଗରିବ, ଅସହାୟ,ନିରୀହ, ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଲୋକ ମାନଙ୍କୁ ସାହାଯ୍ୟ ସହଯୋଗ କରାଯିବ ! ଅନ୍ୟାୟ ,ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରିବା ସହିତ ଅସହାୟ ଲୋକଙ୍କୁ ସଂଘ ତରଫରୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା l ସଂଘର ସଦସ୍ୟ ମାନଙ୍କ ମତା ମତ ନିଆଯାଇ ପଞ୍ଚାୟତ କୁ ଯାଇ ଲୋକ ମାନଙ୍କ ଅଭିଯୋଗ ଶୁଣିବା ଓ ସେମାନେ କିପରି ସରକାରୀ ସୁବିଧା ପାଇବେ ସେଥି ପ୍ରତି ସଂଘ ତରଫରୁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ନିଷ୍ପତି ଗ୍ରହଣ କରାଗଲା l ଏହି ବୈଠକରେ ସୁଶାନ୍ତ କୁମାର ପାଳ, ସଂଗ୍ରାମ କେଶରୀ ବେହେରା, ଗୋବିନ୍ଦ ଚନ୍ଦ୍ର ନାଏକ, ପ୍ରଭାସ କୁମାର ସାହୁ, ବିଜୟ କୁମାର ବେହେରା, ନରେନ୍ଦ୍ର କୁମାର ନାଏକ, ଦୁଃଶାସନ ନାଏକ, ଚୈତନ୍ୟ ସାମଲ ସନ୍ତୋଷ କୁମାର ଦାସ, ପ୍ରକାଶ ଚନ୍ଦ୍ର ନାଥ, ପ୍ରଶାନ୍ତ କୁମାର ନାଏକ ଯୋଗ ଦେଇଥିଲେ !

Exit mobile version