ସିଂହନାଥ ପୀଠ ରେ ଶ୍ରାବଣ ମାସର ପ୍ରଥମ ସୋମବାର ରେ ୫ହଜାର ରୁ ଉର୍ଦ୍ଧ ଭକ୍ତ ସମାଗମ !!!

Spread the love

ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଆଜି ଶ୍ରାବଣ ମାସ ପ୍ରଥମ ସୋମବାର । ଦୂର ଦୁରାନ୍ତ ରୁ ଆସି ମହାଦେବ ଙ୍କ ମସ୍ତକ ରେ ଜଳ ଲାଗି କରିଥାନ୍ତି ବୋଲବମ ଭକ୍ତ।ମାନସିକ ଧାରୀ ଙ୍କ ବିଶ୍ୱାସ ରହିଛି ଶ୍ରାବଣ ମାସ ସୋମବାର ରେ ମହାଦେବ ଙ୍କ ମସ୍ତକ ରେ ଜଳ ଲାଗିକଲେ ମନବାଞ୍ଚା ପୂର୍ଣ୍ଣ ହୋଇଥାଏ । କଟକ ଜିଲ୍ଲାର ସର୍ବ ପୁରାତନ ପୀଠ ରୂପେ ପରିଚିତ ବାବା ସିଂହନାଥ ପୀଠ । ଶ୍ରାବଣ ମାସ ର ପ୍ରଥମ ସୋମବାର ରେ ବୋଲବମ ଭକ୍ତ ଙ୍କ ବ୍ୟାପକ ସମାଗମ ଦେଖିବାକୁ ମିଳିଥିଲା । ପ୍ରଥମ ସୋମବାର ରେ ବାବା ସିଂହନାଥ ପୀଠରେ ୫ ହଜାର ରୁ ଉର୍ଦ୍ଧ ବୋଲବମ ଭକ୍ତ ଜଲଲାଗି କରିଥିଲେ । ଆଜି ପ୍ରଥମ ସୋମବାର ଥିବାରୁ ମନ୍ଦିର ପହଡ଼ ପ୍ରାତଃ ୩ ଘଟିକାରେ ଖୋଲା ଯାଇଥିଲା । ପ୍ରଥମେ ଠାକୁରଙ୍କ ମଙ୍ଗଳ ଆରତୀ କରାଯାଇ ସାଢେ ୩ ଘଟିକା ସମୟରେ ସକାଳ ଧୂପ ସମ୍ପନ୍ନ କରାଯାଇ ଭୋର ୪ ଟା ସମୟରେ ସାଧାରଣ ଦର୍ଶନ କରାଯିବା ସହ ବାବା ସିଂହନାଥ ଙ୍କ ମସ୍ତକରେ ଜଲଲାଗି ବ୍ୟବସ୍ଥା କରାଯାଇଥିଲା । ବିଭିନ୍ନ ପ୍ରାନ୍ତରୁ ବୋଲବମ ଭକ୍ତ ମାନେ ହାତରେ କଳସ ଧରି ମନ୍ଦିର ବେଢା ପରିଭ୍ରମଣ କରି ଧାଡିରେ ମହାଦେବ ଙ୍କ ମସ୍ତକ ରେ ଜଲଲାଗି କରିଥିଲେ । ବୋଲବମ ନାରା ରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ଭକ୍ତ ଙ୍କ ସୁରକ୍ଷା ଦୃଷ୍ଟି ରୁ ପୋଲିସ ଓ ଓଡ୍ରାଫ ଟିମ ସଜାଗ ରହିଥିଲେ । ସ୍ବେଛାସେବୀ ସଂଗଠନ ପକ୍ଷରୁ ମାଗଣା ଖାଦ୍ୟପେୟ ବ୍ୟବସ୍ଥା କରାଯିବା ସହ ପ୍ରଶାସନ ର ସଠିକ ବ୍ୟବସ୍ଥା କୁ ପ୍ରସଂଶା କରିଥିଲେ ଭକ୍ତ ।
ଆଜି ଶ୍ରାବଣ ମାସ ପ୍ରଥମ ସୋମବାର। ଦୂର ଦୁରାନ୍ତ ରୁ ମହାଦେବ ଙ୍କ ମସ୍ତକ ରେ ଜଳ ଲାଗି କରିଥାନ୍ତି ବୋଲବମ ଭକ୍ତ।ମାନସିକ ଧାରୀ ଙ୍କ ବିଶ୍ୱାସ ରହିଛି ଶ୍ରାବଣ ମାସ ସୋମବାର ରେ ମହାଦେବ ଙ୍କ ମସ୍ତକ ରେ ଜଳ ଲାଗିକଲେ ମନବାଞ୍ଚା ପୂର୍ଣ୍ଣ ହୋଇଥାଏ।
କଟକ ଜିଲ୍ଲାର ସର୍ବ ପୁରାତନ ପୀଠ ରୂପେ ପରିଚିତ ବାବା ସିଂହନାଥ ପୀଠ। ଶ୍ରାବଣ ମାସ ର ପ୍ରଥମ ସୋମବାର ରେ ବୋଲବମ ଭକ୍ତ ଙ୍କ ବ୍ୟାପକ ଜନସମାଗମ ଦେଖିବାକୁ ମିଳିଥିଲା। ପ୍ରଥମ ସୋମବାର ରେ ବାବା ସିଂହନାଥ ପୀଠରେ ୫ହଜାର ରୁ ଉର୍ଦ୍ଧ ବୋଲବମ ଭକ୍ତ ଜଲଲାଗି କରିଥିଲେ। ଆଜି ପ୍ରଥମ ସୋମବାର ଥିବାରୁ ମନ୍ଦିର ପହଡ଼ ପ୍ରାତଃ ୩ ଘଣ୍ଟିକା ଖୋଲାଯାଇଥିଲା। ପ୍ରଥମେ ଠାକୁରଙ୍କ ମଙ୍ଗଳ ଆରତୀ କରାଯାଇ ସାଢେ ୩ଘଣ୍ଟିକା ସମୟରେ ସକାଳ ଧୂପ ସମ୍ପର୍ଣ୍ଣ କରାଯାଇ ଭୋର ୪ଘଣ୍ଟିକା ସମୟରେ ସାଧାରଣ ଦର୍ଶନ କରାଯିବା ସହ ବାବା ସିଂହନାଥ ଙ୍କ ମସ୍ତକରେ ଜଲଲାଗି ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ପ୍ରାନ୍ତରୁ ବୋଲବମ ଭକ୍ତ ମାନେ ହାତରେ କଳସ ଧରି ମନ୍ଦିର ବେଢା ପରି ଭ୍ରମଣ କରି ଧାଡିରେ ମହାଦେବ ଙ୍କ ମସ୍ତକ ରେ ଜଲଲାଗି କରିଥିଲେ। ବୋଲବମ ନାରା ରେ ଭକ୍ତିମୟ ପରିବେଶ କମ୍ପୁଥିଲା ପୀଠର ପରିବେଶ। ଭକ୍ତ ଙ୍କ ସୁରକ୍ଷା ଦୃଷ୍ଟି ରୁ ପୋଲିସ ଓ ଓଡ୍ରାଫ ଟିମ ସଜାଗ ରହିଥିଲେ। ସ୍ବେଛାସେବୀ ସଂଗଠନ ପକ୍ଷରୁ ମାଗଣା ଖାଦ୍ୟପେୟ ବ୍ୟବସ୍ଥା କରାଯିବା ସହ ପ୍ରଶାସନ ର ସଠିକ ବ୍ୟବସ୍ଥା କୁ ପ୍ରସଂଶା କରିଥିଲେ ଭକ୍ତ।

Leave a Reply

Your email address will not be published. Required fields are marked *