Site icon Awaj Media

କବାଡି ପ୍ରତିଯୋଗିତା ପ୍ରିମିୟର ଲିଗ୍ ସିଜନ୍ – ୨୫ : ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ସହରର ତେଜସ୍ଵିନି ହୋଟେଲ ରେ କବାଡି ପ୍ରିମୀୟର ଲିଗ୍ ସିଜନ୍ ୦୨ ର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ରେ ମୋଟ ଛଅ ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମଟି ରବି ବାବୁଙ୍କ ଦ୍ଵାରା ପରିଚାଳିତ ହୋଇ ଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଏନ୍ ଶ୍ରିନୁ କାଉନସିଲର ,ଚନ୍ଦ୍ରକାନ୍ତ ସାମଲ ସିନିୟର୍ ବିଜେଡି କର୍ମୀ, ବି ଚେଟି ଟ୍ରକ୍ ମାଲିକ ,ପ୍ରସାଦ ହୁଇକା ସରପଞ୍ଚ କୋତପେଟା ପଂଚାୟତ ପ୍ରଭୁତି ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଏନ୍ ଶ୍ରୀନୁ କବାଡି ପ୍ରତିଯୋଗିତା ବିଷୟରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ୧୦୦ ଖେଳାଳିଙ୍କ ନାମକୁ ନେଇ ଲଟ୍ରି ମାଧ୍ୟମରେ ଚୟନ ପ୍ରକିୟା କରାଯାଇଥିଲା ଏବଂ ଟିମ ଗଠନ କରାଯାଇଥିଲା । ଛଅ ଗୋଟି ଟିମ ର ନାମ ହେଲା ଯଥା ୧- ଗେମ୍ ଚେଞ୍ଜର, ୨- ୱାଇ ଏସ ଆର୍ ଲାୟନ୍, ୩- ଜେ କେ ରାଇଡର୍ସ ,୪- ରବି ସେନା ,୫- ଜନ ସେନା ଓ ୬- ୱାଟ ସନ୍ l ଓ ପରେ ପରେ 100 ଖେଳାଳି ମାନଙ୍କ ମଧ୍ୟ ରୁ ଗୋଟିଏ ଟିମ4, ଜନ ଲେଖାଏ ଖେଳାଳି 6 ଟି ଟିମ ଚୟନ କରି ନିଜର ଟିମ ଚୟନ ଗଠନ କରି ଖେଳାଳି ମାନଙ୍କ ମନ ଉଚ୍ଚାହିତ କରି ଥିଲେ l ଏହି କବାଡି ଟୁର୍ନାମେଣ୍ଟ ଅଗଷ୍ଟ ମାସ 16 ତାରିଖ ରେ କରାଯିବ ବୋଲି ମତ ବ୍ୟକ୍ତ କରା ଯାଇଥିଲା !

Exit mobile version