Site icon Awaj Media

ଦିବ୍ୟାଙ୍ଗ ହେଲେବି ସକ୍ଷମ : ତାଳବସ୍ତ ଖବର କାଗଜ ହକର ନିବାସ ଭାଇ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମ ବାରବାଟୀ ସାହିର ଦିବ୍ୟାଙ୍ଗ ନିର୍ବାଚିତ ସିଠ ଓରଫ ନିବାସ ଭାଇ ସମସ୍ତଙ୍କ ଠାରୁ ଏଵେ ପ୍ରଶଂସା ପାଉଛନ୍ତି ତାଙ୍କର ଆତ୍ମନିର୍ଭରଶିଳତା ପାଇଁ | ଦଶମ ପାସ କରିଥିବା ନିବାସ ଭାଇ ସତର ବର୍ଷ ବୟସରେ ଗାଁ ସାଙ୍ଗସାଥିଙ୍କ ସହିତ ଏକ ଦୁର୍ଘଟଣାରେ ନିଜର ଗୋଟେ ଗୋଡ଼ ଅଣ୍ଟାଠାରୁ ହରେଇଥିଲେ | ସେବେଠୁ ସେ ପ୍ରଦତ୍ତ ଆଶାବାଡ଼ିର ସହାୟ ନ ନେଇ ଖଣ୍ଡେ ବାଉଁଶ ଠେଙ୍ଗା ସାହାଯ୍ୟରେ ସାଇକେଲ ଚଳେଇ ସବୁ କାମ କରି ପାରୁଛନ୍ତି | ଅବିବାହିତ ରହି ଆଦିବାସୀ, ହରିଜନ ଏବଂ ଦିବ୍ୟାଙ୍ଗ ଲୋକମାନଙ୍କର ସେବା କରୁଛନ୍ତି |ବାପା ମା ଙ୍କର ବଡ଼ ପୁଅ ହୋଇ ଦିବ୍ୟାଙ୍ଗ ହୋଇଥିଲେ ବି ମନରେ କିଛି ଅବସୋସ ନାହିଁ | ରାସନ ଚାଉଳ ଏବଂ ବାରଶହ ମଧୁବାବୁ ଭତ୍ତାଟଙ୍କାରେ ବହୁ କଷ୍ଟରେ ଜୀବନ ନିର୍ବାହ କରୁଥିବା ନିବାସ ଭାଇ ସମ୍ପ୍ରତି ଦୈନିକ ଧରିତ୍ରୀ କାଗଜର ତାଳବସ୍ତ, ଦୁଲଣାପୁର ଗ୍ରାମ୍ୟ ହକର ଭାବେ ପ୍ରତିନିଧି କାମ କରୁଛନ୍ତି | ନିଜ କର୍ତ୍ତବ୍ୟରେ ନିବାସ ଭାଇ ମଧ୍ୟ ବହୁତ ଖୁସି | ଅନ୍ୟ ହକର ମାନଙ୍କ ଠାରୁ ବହୁତ ସକାଳୁ ଯାଇ ଗ୍ରାହକ ମାନଙ୍କ ଘରେ ଖବର କାଗଜ ପକାଉଛନ୍ତି | ସେଥିପାଇଁ ନିୟମିତ ପାଠକ ମାନେ ବହୁତ ଖୁସିବ୍ୟକ୍ତ କରୁଛନ୍ତି ନିବାସ ଭାଇଙ୍କ ଉପରେ | ନୂଆ ସରକାର ତାଙ୍କୁ ମାତ୍ର ଗୋଟେ ମାସ ବର୍ଦ୍ଧିତ ୩୫୦୦/- ଭତ୍ତା ଦେଇ ପର ମାସ ଗୁଡିକ ବର୍ତ୍ତମାନ ସମୟରେ ୧୨୦୦/- ଦେଉ ଥିବାରୁ ସେ ଦୁଃଖିତ ଅଛନ୍ତି |ଯଦିଓ ତାଙ୍କର ୮୦% ଭିର୍ଣ୍ଣକ୍ଷମ ପ୍ରମାଣ ପତ୍ର ରହିଛି ତାହା ଡିଜିଟାଲ ନ ହୋଇ ଥିବାରୁ ପୂର୍ଣ୍ଣ ଭତ୍ତା ପାଇବାରୁ ବଂଚିତ ହୋଇଛନ୍ତି | ସେ ଯାହା ବି ହେଉ ନିବାସ ଭାଇ ଦିବ୍ୟାଙ୍ଗ ହୋଇବି ହକର ଭାବେ କାମ କରି ଅନ୍ୟ ଯୁବ ପିଢ଼ିଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି |

Exit mobile version