Site icon Awaj Media

ଏନଜିଟି ନୋଟିସ ପ୍ରଭାବରେ ସୁକିନ୍ଦାରେ ସରକାରୀ କାର୍ଯ୍ୟ ବନ୍ଦ ନେଇ ସୁକିନ୍ଦା ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଏନଜିଟି ନୋଟିସ ପ୍ରଭାବରେ ସୁକିନ୍ଦାରେ ସରକାରୀ କାର୍ଯ୍ୟ ବନ୍ଦ ନେଇ ସୁକିନ୍ଦା ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ! ସୁକିନ୍ଦା ବିଜେପି ଅଭିଯୋଗ ମୁତାବକ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ସରକାରୀ ଉର୍ତ୍ତତି ମୂଳକ କାର୍ଯ୍ୟରେ ବାଧକ ସାଜିଛନ୍ତି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ । ପ୍ରିତିରଞ୍ଜନ ଘଡାଇ ତାଙ୍କ କର୍ମୀଙ୍କୁ ଲଗାଇ ଏନଜିଟିରେ ଅଭିଯୋଗ କରାଇ ନୋଟିସ କରି ସୁକିନ୍ଦା ଅଞ୍ଚଳରେ ବିଭିନ୍ନ ସରକାରୀ କାର୍ଯ୍ୟକୁ ବନ୍ଦ କରିବା ବିରୋଧରେ ଶୁକ୍ରବାର ଦିବା 2 ଘଟିକା ସମୟରେ ସୁକିନ୍ଦା ବିଜେପି କାର୍ଯ୍ୟାଳୟରେ ମନ୍ତ୍ରୀଙ୍କ ପ୍ରତିନିଧି ଶେଖର ମହାନ୍ତି , ପ୍ରସାନ୍ତ ରାଏ , ବରିଷ୍ଠ ବିଜେପି କର୍ମୀ ଅମଳେନ୍ଦୁ ବେହୁରା ,ସୁଧାଂଶୁ ଭଞ୍ଜ , ପୁଷ୍ପକ ମହାପାତ୍ର, ମାନସ ମହାନ୍ତିଙ୍କ ଉପସ୍ଥିତିରେ ଏହି ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

Exit mobile version