Site icon Awaj Media

ମାଲକାନଗିରି ର ଦିବଂଗତ ସାମ୍ବାଦିକଙ୍କୁ ବାଙ୍କୀ ରେ ଶ୍ରଦ୍ଧାସୁମନ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମାଲକାନଗିରି ର ଦିବଂଗତ ସାମ୍ବାଦିକଙ୍କୁ ବାଙ୍କୀ ରେ ଶ୍ରଦ୍ଧାସୁମନ ! ବାଙ୍କୀ ଡମପଡା ଡିଜିଟାଲ ମିଡ଼ିଆ ୟୁନିୟନ ତରଫରୁ ମା ଚର୍ଚିକା ମନ୍ଦିର ପ୍ରାଙ୍ଗଣରେ ଦିବଂଗତ ସାମ୍ବାଦିକ ସି . ନରେଶ କୁମାରଙ୍କ ଆତ୍ମାର ସଦଗତି କାମନା କରି ସମୂହ ଦୀପ ଦାନ କରାଯାଇଛି ! ବାଙ୍କୀ ଡମପଡା ୟୁନିୟନ ସଭାପତି ମାନସ ରଞ୍ଜନ ସାହୁଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସତ୍ୟବ୍ରତ ଦାଶ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମାଲକାନଗିରି ଜିଲ୍ଲା ଟାଇମ୍ସ ଓଡ଼ିଆ ପ୍ରତିନିଧି ସି ନରେଶ କୁମାର ଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ସନ୍ଧ୍ୟାରେ ମା’ଚର୍ଚ୍ଚିକା ଙ୍କ ମନ୍ଦିର ପରିସରରେ ସମୂହ ଦ୍ୱିପଦାନ ଓ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସ୍ମୃତି ସଭାରେ ବାଙ୍କୀ – ଡମପଡା ଡିଜିଟାଲ ମିଡ଼ିଆ ୟୁନିୟନ ର ସଦସ୍ୟ ସାମ୍ବାଦିକ ମନୋଜ କୁମାର ଦଳେଇ, ଅଶୋକ ରଣା, ମୃତ୍ୟୁଞ୍ଜୟ ମହାପାତ୍ର, ବସନ୍ତ କୁମାର ଦଳେଇ, ଅନନ୍ତ କୁମାର ରଣା, ଶିବ ପ୍ରସାଦ ସାହୁ, ରାଜେଶ କୁମାର ସାହୁ, ବ୍ରହ୍ମାନନ୍ଦ ପ୍ରଧାନ, ଆନନ୍ଦ ସ୍ୱାଇଁ, ମନୋଜ ରଣା, ସୁବ୍ରତ କୁମାର ନାୟକ ଏବଂ ବଡମ୍ବା ୟୁନିୟନ ର ସଦସ୍ୟ ସୁଧାଂଶୁ ଷଡ଼ଙ୍ଗୀ ଏବଂ କୃଷ୍ଣଚନ୍ଦ୍ର ଗ୍ରହଚାର୍ଯ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ !

Exit mobile version