Site icon Awaj Media

ପାହାଳ ମିଷ୍ଟାନ୍ନ ବ୍ୟବସାୟୀଙ୍କ ସୁରକ୍ଷା ପାଇଁ ସାଂସଦଙ୍କୁ ଦାବୀ ପତ୍ର !!!

Spread the love

ଭୁବନେଶ୍ବର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ପାହାଳ ବଜାର ଠାରେ ଥିବା ଶତାଧିକ ମିଷ୍ଟାନ୍ନ ବ୍ୟବସାୟୀ ମାନଙ୍କ ମିଷ୍ଟାନ୍ନ ଦୋକାନ ସମ୍ମୁଖରେ ଜାତୀୟ ରାଜପଥ ପ୍ରାଧିକରଣ ସ୍ଥାୟୀ ବ୍ୟାରିକେଟ ନିର୍ମାଣ କରି ପ୍ରବେଶ ଓ ପ୍ରସ୍ଥାନ ପଥ ନ ରଖିବା ପ୍ରସ୍ତାବକୁ ଉତ୍କଳ ଯାଦବ ମହାସଭା ପକ୍ଷରୁ ଦୃଢ଼ ଭାବରେ ବିରୋଧ କରାଯାଇଛି। ରାଜ୍ୟ ସଭାପତି ଆଶୀର୍ବାଦ ବେହେରାଙ୍କ ପରାମର୍ଶ କ୍ରମେ କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଭେଟି ଓଡ଼ିଶାର ଗୌରବ ପାହାଳ ପ୍ରସିଦ୍ଧ ମିଠା ତଥା ପୁରୁଷ ପୁରୁଷ ଧରି ବ୍ୟବସାୟ କରୁଥିବା ଶତାଧିକ ମିଷ୍ଟାନ୍ନ ବ୍ୟବସାୟୀ ମାନଙ୍କ ସୁରକ୍ଷା ପ୍ରତି ବିହିତ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ଏହି କ୍ରମରେ ଯାଦବ ମହାସଭା ଓ ସଙ୍ଗ ପକ୍ଷରୁ ସାଂସଦଙ୍କୁ ଦାବୀ ପତ୍ର ଦିଆଯାଇଛି । ସାଂସଦ ମହୋଦୟା ପ୍ରତ୍ୟକ୍ଷ ଭାବେ ଘଟଣା ସ୍ଥଳ ପରିଦର୍ଶନ କରି ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ଓ ମିଷ୍ଟାନ୍ନ ବ୍ୟବସାୟୀଙ୍କ ସୁରକ୍ଷା ପ୍ରତି ଉଚିତ୍ ଧ୍ୟାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ଯାଦବ ମହାସଭାର କାର୍ଯ୍ୟାଳୟ ସମ୍ପାଦକ ବରିଷ୍ଠ ସାମ୍ୱାଦିକ ବୁଲେଇ ବେହେରା,କଟକ ଜିଲ୍ଲା ଦୁଗ୍ଧ ଜାତ ଦ୍ରବ୍ଯ ସଙ୍ଗର ସମ୍ପାଦକ ତୀର୍ଥବାସୀ ବେହେରା,ଯୁଗ୍ମ ସମ୍ପାଦକ ପ୍ରସନ୍ନ ବେହେରା,ପ୍ରିତିରଞ୍ଜନ କାଠୁଆ, ସାଗର ବେହେରା,ଭୁବନେଶ୍ୱର ମିଷ୍ଟାନ୍ନ ବ୍ୟବସାୟୀ ସଂଘ ସଭାପତି ବିମ୍ବାଧର ବେହେରା,ପାହାଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘ ସଭାପତି ଅକ୍ଷୟ କୁମାର ଲେଙ୍କା,ଉପସଭାପତି ରାଜକିଶୋର ସାହୁ,ସମ୍ପାଦକ ନିରଞ୍ଜନ ବେହେରା,ଦୁଃଶାସନ ପ୍ରଧାନ,ରାଜକିଶୋର ବେହେରା, ଶରତ କୁମାର ବେହେରା,ନବୀନ ସାହୁ,ପାହାଳ ମଦନ ମୋହନ ଦୁଗ୍ଧ ଜାତ ଦ୍ରବ୍ଯ ବ୍ୟବସାୟୀ ସଂଘର ସଭାପତି ରାଜେନ୍ଦ୍ର ବଲ୍ଲଭ ବେହେରା,ସମ୍ପାଦକ ବିପ୍ଳବ ଯାଦବ ଓ ରାମଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version