Site icon Awaj Media

ପିଲାମାନେ ଜୋତା ପିନ୍ଧୁ ନାହାନ୍ତି : ଶିକ୍ଷକ ମାନଙ୍କର ତାଗିଦ ନାହିଁ ଏଥିପ୍ରତି !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ତରଫରୁ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ର ସମସ୍ତ ପିଲା ମାନଙ୍କୁ ମାଗଣାରେ ଜୋତା ଏବଂ ଦୁଇ ହଳ ପୋଷାକ ଯୋଗାଇ ଦିଆଯାଉଛି | କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଡମପଡା ବ୍ଲକର ତାଳବସ୍ତ ପଂଚାୟତରେ ଥିବା ତିନୋଟି ଉଚ୍ଚ ବିଦ୍ୟାଳୟ ଏବଂ ଆଠଟି ପ୍ରାଥମିକ ବିଦ୍ୟାଳୟରେ | କୌଣସି ବିଦ୍ୟାଳୟର ପିଲାମାନେ ଜୋତା ପିନ୍ଧୁ ନାହାନ୍ତି | କେବଳ ସ୍କୁଲ ୟୁନିଫର୍ମ ପିନ୍ଧୁଛନ୍ତି | ତାଳବସ୍ତ ପଂଚାୟତରେ ସଦାସର୍ବଦା ଲୋକମାନେ ରାସ୍ତା କଡ଼ରେ ମଳତ୍ୟାଗ କରୁଛନ୍ତି ଯାହାଦ୍ଵାରା ଚପଲ ପିନ୍ଧା ପାଦରେ ସଂକ୍ରମଣ ରୋଗ ହେବାର ଅଧିକ ସମ୍ଭାବନା ରହିଛି | ଗାଁ ରେ ଥିବା ଗାଁ କଲ୍ୟାଣ ସମିତି କି ଡାକ୍ତରଖାନା ତରଫରୁ ଏଥିପ୍ରତି ସଚେତନ କରାଯାଉନାହିଁ | ତାଳବସ୍ତ, ପଦନପୁର, ସାମନ୍ତରାପୁର ସ୍କୁଲ ମାନଙ୍କର ପ୍ରଧାନ ଶିକ୍ଷକ କି ଶ୍ରେଣୀ ଶିକ୍ଷକଙ୍କୁ ଏହି ଜୋତା ନ ପିନ୍ଧିବା ବିଷୟରେ ପଚାରିଲେ, କିଛି ସନ୍ତୋଷମୂଳକ ଉତ୍ତର ଆସୁନାହିଁ | ଅଭିଭାବକ ମାନେ ବି ନିଜର ପିଲାମାନଙ୍କ ସ୍ୱାସ୍ଥ୍ୟପ୍ରତି ସଚେତନ ନାହାନ୍ତି | ବର୍ତ୍ତମାନ ସମୟରେ ତାଳବସ୍ତ ଅଂଚଳରେ ରାସ୍ତା ଘାଟର ଅସ୍ୱାସ୍ଥ୍ୟକର ପରିବେଶକୁ ନେଇ ଡେଙ୍ଗୁ ଜ୍ଵର ଏବଂ ଝାଡାବାନ୍ତି ଘରେ ଘରେ ବ୍ୟାପିଛି | ଜିଲ୍ଲା ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଶ୍ରୀରାମ କମିଟି ସ୍ବେଛାସେବୀ ଅନୁଷ୍ଠାନ ତଫରୁ ଦୃଷ୍ଟି ଆକର୍ଷଣ କରାଯାଇଛି | ଦେଖାଯାଉ କେବେ ଶତ ପ୍ରତିଶତ ପିଲାମାନେ ଜୋତା ପିନ୍ଧି ସ୍କୁଲ ଆସୁଛନ୍ତି |

Exit mobile version