ବାଣପୁର ( ଆୱାଜ ମିଡ଼ିଆ ) – : ରାକେଶ ସାହୁ : ଗୋଦାବରୀଶ ମହାବିଦ୍ୟାଳୟ ରେ ରାଜନୀତି ବିଜ୍ଞାନ ତରଫରୁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି | ଉକ୍ତ ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା ଓ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଲକ୍ଷ୍ମୀ ପ୍ରସାଦ ମିଶ୍ର ଙ୍କୁ ଅନୁଷ୍ଠାନ ର ପ୍ରଶାସନିକ ଅଧିକାରୀ ଡ଼ଃ ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା, ଅଧ୍ୟାପକ ଆଦିତ୍ୟ ସାରଥି ବେଦମତ୍ତା, ଅଧ୍ୟାପକ ଗୋଲଖ କୁମାର ବେହେରା, ଅଧ୍ୟାପିକା ପ୍ରତିଭା ମଲ୍ଲିକ ଓ ପୁରାତନ ଛାତ୍ର ଶ୍ରୀଯୁକ୍ତ ସୁଶୀଲ କୁମାର ଅଗ୍ରୱାଲା, ନାଚୁଣୀ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଶତପଥି, ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଆଦି ଅନେକ ପୁରାତନ ଓ ବର୍ତ୍ତମାନ ର ଛାତ୍ର ଛାତ୍ରୀ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ବିଭିନ୍ନ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ | ଏହି ସଭା ଶ୍ରୀଯୁକ୍ତ ବର୍ମା ଙ୍କ ସଭାପତିତ୍ଵ ରେ ଅନୁଷ୍ଠାନ ର ପ୍ରେକ୍ଷାଳୟ ଭବନ ରେ ଅନୁଷ୍ଠିତ ହୋଇଥିଲା | ପ୍ରାରମ୍ଭ ରେ ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ | ବିଭାଗ ର ଅଧ୍ୟାପକ, ଅଧ୍ୟାପିକା, ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନ ଛାତ୍ରଛାତ୍ରୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ହୋତା ଓ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ମିଶ୍ର ମହାବିଦ୍ୟାଳୟ ଓ ବିଭାଗ ର ଶିକ୍ଷା ବ୍ୟବସ୍ଥା କୁ କିଭଳି ସୁଦୃଢ କରିଛନ୍ତି, ସେ ସମ୍ପର୍କ ରେ ଆଲୋକପାତ କରିଥିଲେ | ଶେଷ ରେ ରାଜନୀତି ବିଜ୍ଞାନ ର ଅଧ୍ୟାପିକା ଶ୍ରୀମତୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ | ଧନ୍ୟବାଦ ପରେ ବିଦାୟ କାଳୀନ ସଭା ସାଙ୍ଗ କରାଯାଇଥିଲା | ପରିଶେଷରେ ରାଜନୀତି ବିଜ୍ଞାନ ତରଫରୁ ଅବସର ନେବାକୁ ଥିବା ଅଧ୍ୟକ୍ଷ ଶ୍ରୀଯୁକ୍ତ ହୋତା ଓ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ମିଶ୍ର ଙ୍କ ନିମନ୍ତେ ଏକ ଭୋଜି ର ଆୟୋଜନ କରାଯାଇଥିଲା |
ଗୋଦାବରୀଶ ମହାବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା !!!

