Site icon Awaj Media

ଦ୍ୱିତୀୟ ଦିନରେ ମହିଳା ନେତୃତ୍ୱର ସଶକ୍ତିକରଣ ଆବାସିକ ତାଲିମ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପରିବର୍ତ୍ତନର ଚାମ୍ପିୟାନ ସ୍ଥାନୀୟ ଶାସନ ବ୍ୟବସ୍ଥା ତଥା ଅନ୍ୟାନ୍ୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ମହିଳା ନେତୃତ୍ୱର ସଶକ୍ତିକରଣ ଆବାସିକ ତାଲିମ କାର୍ଯ୍ୟକ୍ରମ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ପରିବର୍ତ୍ତନ ଚାମ୍ପିୟାନ ସ୍ଥାନୀୟ ଶାସନ ବ୍ୟବସ୍ଥା ତଥା ଅନ୍ୟାନ୍ୟ କ୍ଷେତ୍ରରେ ଉତ୍ତମ ପଦର୍ଶନ ପାଇଁ ମହିଳା ନେତୃତ୍ୱର ସଶକ୍ତିକରଣ ଆବାସିକ ତାଲିମ କାର୍ଯ୍ୟକ୍ରମ ଆଜି ଦ୍ୱିତୀୟ ଦିନରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତାଲିମ ଦାତ୍ରୀ ସୁଶିଳା ମିଶ୍ର, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ,ପ୍ରୋଗ୍ରାମ ଲିଡର ବି. ଶ୍ରୀୟାନସି ରାଣୀ ପ୍ରମୁଖ ଉପସ୍ଥିତ ଥିଲେ।ଆର.ଉଦୟଗିରି ବ୍ଲକ, ମୋହନା ବ୍ଲକ ଓ କାଶୀ ନଗରର ସରପଞ୍ଚ ଓ ନାଏଵ ସରପଞ୍ଚ ଉପସ୍ଥିତ ରହି ତାଲିମ ନେଉଛନ୍ତି।ଜିଲ୍ଲା ତାଲିମ ଦାତ୍ରୀ ସୁଶିଳା ମିଶ୍ର ଓ ପ୍ରୋଗ୍ରାମ ଲିଡର ବି ଶ୍ରୀୟାନସି ତାଲିମ ପ୍ରଦାନ କରୁଛନ୍ତି ।

Exit mobile version