Site icon Awaj Media

ବଡ଼ମ୍ବା ଗସ୍ତରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ : ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ବୋଲି ମାନିଲେ ମନ୍ତ୍ରୀ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ବଡ଼ମ୍ବା ଗସ୍ତରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ , ବଡ଼ମ୍ବାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ବୋଲି ମାନିଲେ ମନ୍ତ୍ରୀ ! ବଡମ୍ବା ଗସ୍ତ ରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆସି ପ୍ରଥମେ ମାଣିଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ମାଣିଆବନ୍ଧ ଡାକ୍ତରଖାନା କୁ ୧୮ କୋଟି ଟଙ୍କା ମଞ୍ଜୁର ସହ ଡାକ୍ତରଖାନା ର ଉନ୍ନତି କରଣ ପାଇଁ ୩୦ ଶଯ୍ୟା ବିଶିଷ୍ଟ ନୂତନ ଗୃହ ନିର୍ମାଣ କରାଯିବା ପାଇଁ ପ୍ରତିଶୃତି ଦେଇଥିଲେ ! ବଡମ୍ବା ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ , ଏହା ଆମେ କହୁନାହିଁ ! ବଡମ୍ବା ଗସ୍ତ ରେ ଆସିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହଲିଙ୍ଗ ଖୋଦ ସ୍ୱୀକାର କରିଛନ୍ତି । ବଡମ୍ବା ବ୍ଲକ ଅଧୀନରେ ତିନୋଟି ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ବେଳେ , ନାହଁନ୍ତି ଆବଶ୍ୟକିୟ ଡାକ୍ତର ! ବଡମ୍ବା ନରସିଂହପୁର ରେ ନାହିଁ ନାହିଁ ରେ ଚାଲିଛି ସ୍ୱାସ୍ଥ୍ୟ ସେବା ! ବାସ୍ତବରେ ଦେଖିବାକୁ ଗଲେ ସାଧାରଣ ରୋଗଟିଏ ହେଲେ ମିଳୁନି ଚିକିତ୍ସା ! ଏହାକୁ ନେଇ ସାଙ୍ଗେ ସାଙ୍ଗେ ରୋଗୀ କୁ ଚିକିତ୍ସା ନକରି ତୁରନ୍ତ ସ୍ଥାନାନ୍ତରିତ କରାଯାଉଛି । ଯାହାକୁ ନେଇ ସାଧାରଣ ରେ ଅସନ୍ତୋଷ ଦେଖାଯାଉଥିବା ବେଳେ କୀଡୀନି ସମସ୍ୟା ଏକ ପ୍ରମୁଖ କାରଣ ସାଜିଛି । ନେତା ମନ୍ତ୍ରୀ ମାନେ ବଡ଼ମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ କୁ ଆସନ୍ତୀ ଲୋକଙ୍କୁ ମିଠା କଥା କହି ଭାଷଣ ଦିଅନ୍ତି ହେଲେ କାର୍ଯ୍ୟ ଘର ଶୂନ ।ବଡମ୍ବା ନରସିଂହପୁର ରେ ପ୍ରସୂତି ମହିଳା ଙ୍କ ସ୍ୱାସ୍ଥ୍ୟ ପାଇଁ କୌଣସି ଭିତ୍ତି ଭୁମି ନଥିବା ବେଳେ ଆଠଗଡ଼ ଉପଖଣ୍ଡ ଉପରେ ନିର୍ଭରଶୀଳ । ସ୍ୱାସ୍ଥ୍ୟ ବିଭାଗ ଉପରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିସ୍ତୃତ ଭାବ ରେ ଆଲୋଚନା କରିଥିଲେ ଏବଂ ଡାକ୍ତର ସମସ୍ୟା ଏକ ମାସ କିମ୍ବା ଦୁଇ ମାସ ଭିତରେ ସମାଧାନ ହେବ ବୋଲି ପ୍ରତିଶୃତି ଦେଇଥିଲେ ! ବଡମ୍ବା ଡାକ୍ତରଖାନା ର ଉନ୍ନତିକରଣ କରିବା ସହ ୩୦ ଶଯ୍ୟା ବିଶିଷ୍ଠ ଗୃହ ହେବା ପାଇଁ କହିଥିଲେ ମନ୍ତ୍ର୍ରୀ !

Exit mobile version