Site icon Awaj Media

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ଅନ୍ତର୍ଗତ ବାଲୁଗାଁ ଉଚ୍ଚମlଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଯୁକ୍ତ ତିନି ଛାତ୍ରଛାତ୍ରୀ ମାନେ ପ୍ରଥମେ ଚନ୍ଦନ ପୁଷ୍ପ ଓ ଅରୁଆ ଚାଉଳ ମାଧ୍ୟମରେ ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ସଭାଗୃହକୁ ପାଛୋଟି ନେବାପରେ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ସେମାନଙ୍କୁ ସ୍ୱାଗତ ଜଣାଇବା ସହିତ ଅନୁଷ୍ଠାନର ଇତିହାସ, ଶୈକ୍ଷିକ ପରମ୍ପରା ଓ ଶୃଙ୍ଖଳା ସମ୍ପର୍କରେ ଅବଗତ କରାଇଥିଲେ l ଏହାପରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ପ୍ରଶାସନିକ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ପରୀକ୍ଷା ପରିଚାଳକ ଅଧ୍ୟାପକ ସୁବ୍ରତ କୁମାର ତ୍ରିପାଠୀ, ଶୈକ୍ଷିକ ସଂଯୋଜକ ଡକ୍ଟର ସନ୍ତୋଷ କୁମାର ରଥ, ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର, ଇଂରାଜୀ ବିଭାଗ ମୁଖ୍ୟ ଡକ୍ଟର ମୋନାଲିସା ମାନସିଂହ, ଓଡ଼ିଆ ବିଭାଗ ମୁଖ୍ୟ ଝରଣା ନାଥ, ମନୋବିଜ୍ଞାନ ମୁଖ୍ୟ କ୍ରିଷ୍ଣା ସେଠୀ, ଅର୍ଥନୀତି ବିଭାଗ ମୁଖ୍ୟ ବାଳକୃଷ୍ଣ ପାଢ଼ୀ, ରାଜନୀତି ବିଜ୍ଞାନ ଅଧ୍ୟାପକ ହିମାଂଶୁ କୁମାର ଦାଶ, ପ୍ରାଣୀବିଜ୍ଞାନ ମୁଖ୍ୟ ବିଦ୍ୟା ଧର ଜୁଝାରସିଂହ, ଗଣିତ ବିଭାଗ ମୁଖ୍ୟ ଶିବରାମ ସିଂ,ଗ୍ରନ୍ଥାଗାରିକ କଳ୍ପନା ଗୁମାନସିଂ, କାର୍ଯ୍ୟାଳୟ ମୁଖ୍ୟ ସୁଧାକର ନାୟକ ଓ କ୍ଷୀରୋଦ ନାଥ ନାୟକ ପ୍ରମୁଖ ଶିକ୍ଷାର୍ଥୀ ମାନଙ୍କୁ ମହାବିଦ୍ୟାଳୟର କୀର୍ତ୍ତି, ସୁବିଧା, ଓ ଶୃଙ୍ଖଳା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଛାତ୍ରୀ ସୌମ୍ୟlଶ୍ରୀ ବିଶ୍ୱାଳ ଓ ପୂଜା ପ୍ରଧାନ ଅନୁଷ୍ଠାନରେ ପ୍ରଥମ ଦିନର ଅନୁଭୂତି ଉପସ୍ଥାପନ କରିଥିଲେ l କାର୍ଯ୍ୟକ୍ରମକୁ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିବା ବେଳେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ବିମଳ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ !

Exit mobile version