Site icon Awaj Media

ଯାତ୍ରା ମାଲିକ ଙ୍କ ଅହେତୁକ ଦର ବୃଦ୍ଧି କୁ ନେଇ କଟକ ଜିଲ୍ଲା ଯାତ୍ରା ମହାସଂଘ କମିଟି ର ଚେତାବନୀ !!!

Spread the love

ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଯାତ୍ରା ମାଲିକ ଙ୍କ ଅହେତୁକ ଦର ବୃଦ୍ଧି କୁ ନେଇ କଟକ ଜିଲ୍ଲା ଯାତ୍ରା ମହାସଂଘ କମିଟି ର ଚେତାବନୀ ! ଯାତ୍ରା ମହାସଂଘ ଓଡିଶା ପକ୍ଷରୁ ଆଜି ବଡମ୍ବା ବାବା ସିଂହାନାଥ ମନ୍ଦିର ପରିସରରେ ଥିବା OTDC ବଙ୍ଗଳା ମଧ୍ୟରେ କଟକ ଜିଲ୍ଲା ର ୧୪ ଗୋଟି ବ୍ଲକ ର ସମସ୍ତ ଯାତ୍ରା କମିଟି ସଙ୍ଘ କୁ ନେଇ ଏକ ବୈଠକ ଆବାହକ ଯଯାତି କେଶରୀ ନାୟକ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି ! ଓଡ଼ିଶାରେ ଥିବା ସମସ୍ତ ଯାତ୍ରା ଅନୁଷ୍ଠାନ ର ପ୍ରଯୋଜକ ମାନଙ୍କର ମନମୁଖୀ ଦରବୃଦ୍ଧି କୁ ନେଇ ଓଡିଶା ଯାତ୍ରା ମହାସଂଘ ରେ ଅସନ୍ତୋଷ ଦେଖିବାକୁ ମିଳିଛି । ଯାତ୍ରା ପ୍ରୟୋଜକ ମାନଙ୍କ ମନମୁଖୀ ଦରବୃଦ୍ଧି କୁ ନେଇ କଟକ ଜିଲ୍ଲାର ୧୪ ଗୋଟି ବ୍ଲକ ର ସମସ୍ତ ଯାତ୍ରା କମିଟି ମେମ୍ବର ଏକାଠି ହୋଇ ତୀବ୍ର ବିରୋଧ କରିଛନ୍ତି । ଯାତ୍ରା ପ୍ରୟୋଜକ ମାନେ ଅତ୍ୟଧିକ ଦର ବୃଦ୍ଧି କରିବା ଦ୍ୱାରା ଯାତ୍ରା କମିଟି ସଦସ୍ୟ ମାନେ କ୍ଷତି ସହୁଛନ୍ତି । ଯଦି ଯାତ୍ରା ପ୍ରଯୋଜକ ମାନେ ତାଙ୍କ ଜିଦି ରେ ଅଟଳ ରହନ୍ତି ତେବେ ଯାତ୍ରା କମିଟି ମାନେ ଯାତ୍ରା କୁ ନିଜ ନିଜ ଅଞ୍ଚଳ ରେ ପରିବେଶନ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

Exit mobile version