Site icon Awaj Media

ନୂତନ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୁରାଣ୍ଡି ସ୍ଥିତ ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କୁ ଦ୍ବିତୀୟ , ତୃତୀୟ ବର୍ଷ ଛାତ୍ର ଛାତ୍ରୀ ସ୍ୱାଗତ ପ୍ରଦାନ କାର୍ଯ୍ୟକ୍ରମ କରିଥିଲେ | ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋଦାବରୀ ଜେନା ,ଅଧ୍ୟାପକ ନାଗେଶ୍ୱର ରାଓ ,ଅଧ୍ୟାପକ ଲମ୍ବୋଦର ରାଉତ ,ଅଧ୍ୟାପକ ନାମ୍ବାଳା ଭାନୁଶ୍ରୀ ,ଅଧ୍ୟାପକ ଦୁର୍ଗା ପ୍ରସାଦ ପଟନାୟକ ,ଅଧ୍ୟାପିକା ମିନାକ୍ଷୀ ପାଣିଗ୍ରାହୀ ,ଅଧ୍ୟାପିକା ସୁନିତା ବେହେରା ,ଅଧ୍ୟାପିକା କଳ୍ପନା ମହାରଣା ,ଅଧ୍ୟାପିକା କାଜଳ କିରଣ ପ୍ରଧାନ ,ଅଧ୍ୟାପିକା ସ୍ନେହା ସାମଳ ,ଅଧ୍ୟାପିକା ସ୍ନେହାଞ୍ଜଳୀ ଦେବୀ ,କ୍ରୀଡା ବିଭାଗ ସୁରେଶ ଚନ୍ଦ୍ର ମଳିକ ଉପସ୍ଥିତ ରହି ନୂତନ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ପ୍ରଦାନ କରିବା ସହ ଛାତ୍ର ଛାତ୍ରୀଙ୍କୁ ଉଜ୍ୱଳ ଭବିଷ୍ୟତ ଗଢିବା ସକାଶେ ଉପଦେଶ ଦେଇଥିଲେ | ସେହିପରି ଛାତ୍ରୀ କୁସୁମା ପରିଗା ଭଜନ ସଂଗୀତ ପରିବେଶଣ କରିବା ସହ ତୃତୀୟ ବର୍ଷ ଛାତ୍ର ରାଜେନ୍ଦ୍ର ସବର ପାଠପଢା ଜୀବନରେ ଅନୁଷ୍ଠାନରେ ଉତ୍ତମ ବ୍ୟବହାର, ଶୃଙ୍ଖଳା ପରିଚାଳନା କରିବା ପାଇଁ ଉତ୍ତମ ଉପଦେଶ ଛାତ୍ର ଛାତ୍ରୀ ଙ୍କୁ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଇତିହାସ ବିଭାଗର ଅଧ୍ୟାପିକା ଶ୍ରୀମତୀ ସୁନିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |

Exit mobile version