Site icon Awaj Media

ନୟାଗଡ଼ ବ୍ଲକ ମୁଥାଗାଡ଼ିଆ ଓ ଲାଠିପଡା ଗ୍ରାମରେ ଦସ୍ତଖତ ଅଭିଯାନ ଦ୍ୱାରା ଦସ୍ତଖତ ଗ୍ରହଣ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଜୟ ନୟାଗଡ଼ ଫାଉଣ୍ଡେସନ ତରଫରୁ ଗତ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ସେଲ୍ଫି ଷ୍ଟାଣ୍ଡ, ସାମାଜିକ ଗଣମାଧ୍ୟମରେ ଦାବି ଉତ୍ଥାପନ, ଦସ୍ତଖତ ଅଭିଯାନ ଜାରି ରହିଛି । ଅଦ୍ୟାବଧି ୨୨,୦୦୦ରୁ ଉର୍ଦ୍ଧ୍ବ ଦସ୍ତଖତ ଏବଂ ୨୦୦୦ରୁ ଉର୍ଦ୍ଧ୍ବ ସେଲ୍ଫି ସଂଗଠନର ଏହି କାର୍ଯ୍ୟକ୍ରମ ଦ୍ୱାରା ପୁରଣ କରାଯାଇଛି । ଆଜି ଏହି ନୟାଗଡ଼ ବ୍ଲକ ମୁଥାଗାଡ଼ିଆ ଓ ଲାଠିପଡା ଗ୍ରାମରେ ଦସ୍ତଖତ ଅଭିଯାନ ଦ୍ୱାରା ଦସ୍ତଖତ ଗ୍ରହଣ କରାଯାଇଅଛି। ସେହିଭଳି ଏହି ସମସ୍ତ କାର୍ଯ୍ୟକ୍ରମ କୁ ଆହୁରି ତ୍ୱରାନ୍ୱିତ କରିବା ନିମନ୍ତେ ଆସନ୍ତା ଜୁଲାଇ ୨୯ ତାରିଖ ମଙ୍ଗଳବାର ସମୟ ଅପରାହ୍ନ ୩ ଘଟିକା ଠାରୁ ସନ୍ଧ୍ୟା ୭ ଘଟିକା ସମୟ ପର୍ଯ୍ୟନ୍ତ “ଜୟ ନୟାଗଡ଼ ଫାଉଣ୍ଡେସନ” ତରଫରୁ “ନୟାଗଡ଼ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ନେଇ ଏକ ଆଲୋଚନା ଚକ୍ର ” ର ଆୟୋଜନ ନୟାଗଡ଼ ସହର ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ର ବୁଦ୍ଧିଜୀବି, ସାମ୍ବାଦିକ ଏବଂ ସମାଜସେବୀ ମାନଙ୍କୁ ସଂଗଠନ ତରଫରୁ ନିମନ୍ତ୍ରଣ କରାଯାଇଛି ବୋଲି ସଂଗଠନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ସଂଗଠନ ସଂଯୋଜକ ଅମ୍ଳାନ ଅଂଶୁମାନ ସାହୁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ, ସଂଗଠନ ସୋସିଆଲ ମିଡ଼ିଆ ସଂଯୋଜକ ଅରବିନ୍ଦ ପାଢ଼ୀ ପ୍ରମୁଖ ଦସ୍ତଖତ ସଂଗ୍ରହ କରିଥିଲେ ।

Exit mobile version