Site icon Awaj Media

ଜିଲ୍ଲା ପରିଷଦ ଙ୍କ ସ୍ବାମୀଙ୍କୁ ମହଙ୍ଗା ପଡିଲା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣା !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ଜିଲ୍ଲା ପରିଷଦ ଙ୍କ ସ୍ବାମୀଙ୍କୁ ମହଙ୍ଗା ପଡିଲା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣା , ଥାନାରେ ହେଲା ମାମଲା ରୁଜୁ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ମାହଲୁଣ୍ଡା ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ବ୍ଲକ ତରଫରୁ ଏକ ଗାର୍ଡ ୱାଲ୍ କାମକୁ ଜିଲ୍ଲା ପରିଷଦ ସଭ୍ୟା ଙ୍କ ସ୍ବାମୀ ସୁବ୍ରତ ଆଚାର୍ଯ୍ୟ ନିଜେ ଠିକା ନେଇ କାମ କରୁଥିଲେ ! ଏହି କାର୍ଯ୍ୟ ରେ ସିମେଣ୍ଟ ଓ ବାଲି ନଦେଇ ଖାଲି କ୍ରସର ଗୁଣ୍ଡରେ ନିମ୍ନ ମାନର କାମ କରୁଥିବା ଅଭିଯୋଗ ହୋଇଥିଲା ! ଉପଖଣ୍ଡ ସାମ୍ବାଦିକ ସଂଘର ସଦସ୍ୟ ତଥା ଫଟୋ ନିୟୁଜ ଆନାଲିଟିକ୍ସ ର ସାମ୍ବାଦିକ ଚୈତନ୍ୟ ସାମଲ ସେହି କାର୍ଯ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ ସହିତ ଫଟୋ ଉଠାଇବା ସମୟରେ ମଣ୍ଟୁ ଆଚାର୍ଯ୍ୟ ଚୈତନ୍ୟ ସାମଲଙ୍କୁ ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ କରି ତାଙ୍କ ମୋବାଇଲ ଫୋନ ଛଡାଇ ନେଇ ଫୋପାଡି ଦେଇଥିଲେ ଏବଂ ଧମକ ଦେଇ କହିଲେ ଯଦି ଆଉ କେବେ ଫଟୋ ଉଠାଉ ତାହା ହେଲେ ହାଣି ଦେବି ! ଚୈତନ୍ୟ ସାମଲ ଏହି ବିଷୟରେ ସାମ୍ବାଦିକ ସଂଘରେ ଅଭିଯୋଗ କରିବା ପରେ ସଂଘ ତରଫରୁ ମଣ୍ଟୁ ଆଚାର୍ଯ୍ୟ ଙ୍କ ନାମରେ ବାଲିମି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ଓ ତାହା ରେଜିଷ୍ଟ୍ରି ହୋଇ ମାମଲା ରୁଜୁ କରାଯାଇଛି l

Exit mobile version