Site icon Awaj Media

ଆସୁଛି ରାକ୍ଷୀ ପୂର୍ଣ୍ଣିମା ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ଜମୁଛି ବେପାର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଉ କିଛି ଦିନ ପରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭଉଣୀ ଭାଇ ହାତରେ ରାକ୍ଷୀଟି ବାନ୍ଧି ବଡ଼ଭାଇ ଠାରୁ ଆଶୀର୍ବାଦ ନେଇ ଥାଏ । ଭାଇ ହାତରେ ଭଉଣୀ ରାକ୍ଷୀଟିଏ ବାନ୍ଧି ଭାଇ ପାଇଁ ମଙ୍ଗଳ କାମନା ସହ ଭାଇର ଦୀର୍ଘାୟୁ କାମନା କରିଥାଏ। ଏହି ରାକ୍ଷୀ ବାନ୍ଧିବା ପାଇଁ ଭଉଣୀ ମାନେ ଚାହିଁ ରହିଥାନ୍ତି।ଦୂର ଦୁରନ୍ତାରୁ ଭାଇଟିଏ ମଧ୍ୟ ଭଉଣୀର ସେହି ସ୍ନେହର ରାକ୍ଷୀ ଟିଏ ପାଇଁ ଅପେକ୍ଷା କରିଥାଏ।ଆଉ କିଛି ଦିନ ପରେ ରାକ୍ଷୀ ପୂର୍ଣ୍ଣିମା ।ତେଣୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ରାକ୍ଷୀ ବିକ୍ରି ଆରମ୍ଭ ହୋଇଛି। ଭାଇ ଭଉଣୀର ଏହି ପବିତ୍ର ବନ୍ଧନକୁ ସହରରେ ଧୁମଧାମରେ ପାଳନ କରାଯାଏ।ରାକ୍ଷୀ ବ୍ୟବସାୟ ସକାଶେ ରାକ୍ଷୀ ବେପାରୀ ମାନେ ବିଭିନ୍ନ ସ୍ଥାନରୁ ରାକ୍ଷୀ ଆଣି ବିକ୍ରି କରୁଥିବା ଜଣା ପଡ଼ିଛି।ଏହି ବ୍ୟବସାୟ ସିଜନ ବ୍ୟବସାୟ ହୋଇ ଥିବାରୁ ବେପାରୀ ଦୁଇ ପଇସା ରୋଜଗାର କରିବା ଆଶାରେ ବେପାର କରୁଥିବା ଜଣା ପଡ଼ିଛି।

Exit mobile version