Site icon Awaj Media

ରାଜରାସ୍ତା ପାଲଟିଛି ଗାଈ ଗୁହାଳ : ପୌର ପରିଷଦ ସବୁ ଜାଣି ଶୁଣି ନୀରବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜରାସ୍ତା ପାଲଟିଛି ଗାଈ ଗୁହାଳ , ପୌର ପରିଷଦ ସବୁ ଜାଣି ଶୁଣି ନୀରବ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ରାଜ ରାସ୍ତା ପାଲଟିଛି ଗାଈ ଗୁହାଳ । ଏପରିକି ସହର ର ସାହି ଗଳି କନ୍ଦି ଠାରୁ ଆରମ୍ଭ କରି ରାଜା ରାସ୍ତା ରେ ବୁଲା ଗାଈ ଗରୁ ଷଣ୍ଢ ଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଯାହା ଫଳରେ ଯାତାୟାତ ରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଲୋକେ ! ଯାନ ବହନ ଯିବା ବେଳେ ଅସୁବିଧା ସହ ଅନେକ ଦୁର୍ଘଟଣା ଘଟୁଛି ! ତା ସହ ବୁଲା ଷଣ୍ଢ ଉପଦ୍ରବ ଯୋଗୁଁ ଯାତାୟାତ ରେ ଭୟ କରୁଛନ୍ତି ଲୋକେ ! ପାରଳା ପୌର ପରିଷଦ ଓଡିଶା ର ସର୍ବ ପୁରାତନ ଦ୍ୱିତୀୟ ପୌର ପରିଷଦ ଅଟେ ! ତେବେ ବିଭାଗୀୟ ଉଦାସୀନତା କାରଣରୁ ଉନ୍ନତି ଠପ ହୋଇଥିବା ବେଳେ ବଢ଼ିବାରେ ଲାଗିଛି ସମସ୍ୟା ! ରାସ୍ତା ଉପରକୁ ଗୃହପାଳିତ ପଶୁ ଛାଡୁଥିବା ବ୍ୟକ୍ତିଙ୍କୁ ନୋଟିସ ଦେବା ସହ କାର୍ଯ୍ୟାନୁଷ୍ଠାନ ନେବା କଥା , କିନ୍ତୁ ସବୁ ଜାଣି ଶୁଣି ଚୁପ ବସିଛି ପୌର ପରିଷଦ !

Exit mobile version