ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ପାଉଁଶ ବୋଝେଇ ହାଇୱା ଧକ୍କାରେ ବାଛୁରୀ ମୃତ l ହାଇୱା ଛଡ଼ାଇ ନେଲା ମା ଠାରୁ ଛୁଆ l ଏହିପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରେ l ବଜାର ଗହଳି ଭିତରେ ଓଭରଲୋଡ କରି ପାଉଁଶ ବୋଝେଇ ହାଇୱା ଗାଡି ବେଧଡକ ଭାବେ ଦୃତ ଗତିରେ ଯାଉଥିବା ଦେଖିବାକୁ ମିଳିଛି l ଏହିପରି ଏକ ପାଉଁଶ ବୋଝେଇ ହାଇୱା ଗାଡ଼ି ଦୃତ ଗତିରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସାମ୍ନାରେ ଏକ ବାଛୁରୀକୁ ଧକ୍କା ଦେବା ଦ୍ଵାରା ସେହି ବାଛୁରୀ ଟିର ଶରୀର ର ଅଙ୍ଗ ପ୍ରତ୍ୟଙ୍ଗ ଟୁକୁଡା ଟୁକୁଡା ହୋଇ ଯାଇଥିଲା ଓ ହାଇୱା ଗାଡ଼ିଟି ଧକ୍କା ଦେଇ ନରସିଂହପୁର ଆଡ଼କୁ ପଳାଇ ଯାଇଥିଲା l ସେହି ବାଛୁରୀଟି ମରି ଯାଇଥିବା ଦେଖି ତା ର ମା ତା ପାଖରେ ଠିଆ ହୋଇ ରହିଥିଲା l ଏହିପରି ହାଇୱା ଗାଡ଼ି ଧକ୍କାରେ କେତେ ଗାଈ ଗୋରୁଙ୍କ ଜୀବନ ଚାଲିଯାଇଛି ହେଲେ ପ୍ରଶାସନ ଏଥି ପ୍ରତି କୌଣସି ଦୃଷ୍ଟି ନଦେବା ଓ ତହସିଲ ପ୍ରଶାସନ ର ଏହି ଗାଡ଼ି ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ଓ ପାଲ ନ ଘୋଡାଇ ବାଲି ,ଗୋଡ଼ି ଠାରୁ କ୍ରସର ଗୁଣ୍ଡ ଓ ପାଉଁଶ ଗୁଣ୍ଡ ବୋଝେଇ ହୋଇ ହାଇୱା ଗାଡ଼ିରେ ଯାଉଥିବା ବେଳେ ତାହା ପବନରେ ଉଡି ଲୋକ ମାନଙ୍କ ଉପରେ ପଡ଼ିବା ସହିତ ପରିବେଶ ନଷ୍ଟ କରୁଥିବା ଦେଖା ଦେଇଛି l ଏପରି ଭାବେ ଦିନ ଦ୍ଵି ପ୍ରହରରେ ହାଇୱା ଗାଡ଼ି ଦୃତ ଗତିରେ ଯାଉଥିବା ବେଳେ ପ୍ରଶାସନ ପୋଲିସ ପ୍ରଶାସନ ଓ ଶେଷରେ ତହସିଲ ପ୍ରଶାସନ ଅଙ୍କୁଶ ଲାଗୁ ନଥିବା ଯୋଗୁଁ ପାଉଁଶ ବୋଝେଇ ହାଇୱା ଗାଡ଼ି ଅନବରତ ଚାଲୁଛି ଓ ତହସିଲ ପ୍ରଶାସନ ଓ ଗାଡ଼ି ମାଲିକ ଙ୍କ ଭିତରେ କଣ ସମ୍ପର୍କ ରହିଛି ତାହା ହିଁ ସେ ଜାଣନ୍ତି l ତେଣୁ ଯଦି ତହସିଲ ପ୍ରଶାସନ ଏହି ହାଇୱା ଗାଡ଼ି ଉପରେ ଲଗାମ ନ ଲଗାନ୍ତି ତାହା ହେଲେ ଯେତେବେଳେ ଅପ୍ରୀତିକର ପରିସ୍ଥତି ଉପୂଜିବ ସେଥି ପାଇଁ ପ୍ରଶାସନ ସଂପୂର୍ଣ୍ଣ ଦାୟୀ ରହିବ ବୋଲି ଲୋକେ କହିଛନ୍ତି l
ପାଉଁଶ ବୋଝେଇ ହାଇୱା ଧକ୍କାରେ ବାଛୁରୀ ମୃତ !!!

