Site icon Awaj Media

ଅରପୁର ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୁବବନ୍ଧୁ ସତସଙ୍ଗ ପରିବାର ଆନୁକୂଲ୍ୟରେ କଟକର ମଡ଼ର୍ଣ୍ଣ ଆଇ କେୟାର ଡାକ୍ତରଖାନା ସହଯୋଗରେ ଦମପଡା ବ୍ଲକର ଅରପୁର ଅଙ୍ଗନବାଡି କେନ୍ଦ୍ରରେ ମାଗଣାରେ ଚକ୍ଷୁ ପରୀକ୍ଷା ଓ ଅସ୍ତ୍ରୋପଚାର କରାଯାଇଥିଲା | ଉକ୍ତ ଶିବିରକୁ ଆଦର୍ଶ ଯୁବ ପରିଷଦର ଆବାହକ ଅକ୍ଷୟ କୁମାର ସାମଲ ଉଦଘାଟନ କରିଥିଲେ | ଅନ୍ୟତମ ଅତିଥି ଭାବେ ଶ୍ରୀରାମ କମିଟିର ସଭାପତି ବିଶ୍ୱରଞ୍ଜନ ସ୍ୱାଇଁ , ବୟୋଜଷ୍ଠ ନାଗରିକ କମିଟିର ବରିଷ୍ଠ ସଦସ୍ୟ କଂଗ୍ରେସ ରଣା ଯୋଗ ଦେଇ ଆଖିର ସୁରକ୍ଷା ଏବଂ ଦାୟିତ୍ୱ ବିଷୟରେ ସମସ୍ତ ରୋଗୀମାନଙ୍କୁ ସଚେତନ କରାଇଥିଲେ | ଅଭିଜ୍ଞ ଆଖି ଡାକ୍ତର ମାନଙ୍କ ଦ୍ଵାରା ଏହି ଶିବିରରେ ପ୍ରାୟ ପଚିଶୀ ଜଣ ରୋଗୀ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ | ସେଥିମଧ୍ୟରୁ ପାଞ୍ଚ ଜଣଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ମଡର୍ଣ୍ଣ ଆଇ କେୟାର କଟକରେ କରାଯାଇଥିଲା | ସମସ୍ତ କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ଅମର ଜିତ ନାୟକ, ବାବୁଲି ନାୟକ ପ୍ରମୁଖ ସହଯୋଗ କରିଥିଲେ |

Exit mobile version