ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋସାଣୀ ବ୍ଲକ କେରାଣ୍ଡି ପଞ୍ଚ।ୟତର ପୁରୁଣା କେରାଣ୍ଡି ଗ୍ରାମରେ ମାଳତୀ ଝୁଲଣ ଆୟୋଜିତ ହେଉଅଛି ।ଏହି ଝୁଲଣ ଚାରି ତାରିଖରୁ ନଅ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସନ୍ଧ୍ୟା ସମୟରେ ଠାକୁରଙ୍କୁ ଆଳତୀ କରାଯାଉଛି । ସଙ୍କୀର୍ତ୍ତନ ଦଳ ଭଜନ ସଂକୀର୍ତ୍ତନ ହେବ । ପ୍ରଭୁ ଶ୍ରୀ ରାଧା ଗୋବିନ୍ଦକୁ ବିମାନରେ ବସାଇ ଝୁଲାଇବା ସହ ସଙ୍କୀର୍ତ୍ତନ ଓ ଭଜନ ପରିବେଷଣ କରୁଛନ୍ତି । ମନ୍ଦିର ପରିସର ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସେହିଭଳି ପାରଳାଖେମୁଣ୍ଡି ସ୍ଥିତ କରଣ ସାହିରେ ଥିବା ସାନ ରାଧାକାନ୍ତ ମଠରେ ଠାକୁରଙ୍କୁ ସୁସଜ୍ଜିତ ଦୋଳିରେ ବସାଇ ଝୁଲଣ କରାଯାଉଛି । କୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ସଂକୀର୍ତ୍ତନ ଓ ଭଜନ ପରିବେଷଣ କରାଯାଉଛି ।
ରାଧା କୃଷ୍ଣଙ୍କ ମାଳତୀ ଝୁଲଣ ଅନୁଷ୍ଠିତ !!!

