Site icon Awaj Media

ବିଦ୍ୟାବାଟିକାରେ ରାକ୍ଷୀ ପୁର୍ଣିମା ଉତ୍ସବ ପାଳିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଅଂଚଳର ଶିଶୁ ଇଂରାଜୀ ଖେଳ ଶିକ୍ଷା ଅନୁଷ୍ଠାନ ଶ୍ରୀ ବିଦ୍ୟା ବାଟିକା ତରଫରୁ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶିବାନୀ ନାୟକଙ୍କ ପରିଚାଳନାରେ ଏହି ଦିବସରେ ବୃକ୍ଷରୋପଣ ସହିତ ଭାଇ ଭଉଣୀଙ୍କର ସ୍ନେଁହ ସମ୍ପର୍କର ମଧୁରତାକୁ କିପରି ନିଜେ ଅଙ୍ଗେ ନିଭେଇଛନ୍ତି… ତାହାକୁ ସେ ପିଲାମାନଙ୍କୁ ଉପଦେଶ ଛଳରେ ବୁଝାଇଥିଲେ | ବିଦ୍ୟାଳୟର କୁନି ପୁଅ ଝିଅ ମାନେ ପରସ୍ପରକୁ ମିଠା ଖୁଆଇ ନିଜ ନିଜ ହାତରେ ରାଖୀ ବାନ୍ଧିଥିଲେ || କିଛି ପିଲାମାନେ ପରିବେଶ ସୁରକ୍ଷାର ସଚେତନ ବାର୍ତ୍ତା ଦେବା ପାଇଁ ଗଛ ମାନଙ୍କରେ ରାକ୍ଷୀ ବାନ୍ଧିଥିଲେ || ସ୍ଥାନୀୟ ବୁଦ୍ଧିଜୀବୀ ବିଦ୍ୟାଳୟର ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି | ଉକ୍ତ କାର୍ଯକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁପ୍ରିୟା ନାୟକ, ପୂଜାରାଣୀ ମନ୍ତ୍ରୀ, ଚିନ୍ମୟୀ ବାରିକ, ଚନ୍ଦନ ବେହେରା ସହଯୋଗ କରିଥିଲେ ।

Exit mobile version