ଅନୁଗୋଳ ( ଆୱାଜ ମିଡ଼ିଆ ) – ଜମ୍ବେଶ୍ୱର ପଟ୍ଟନାୟକ : ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସଭାଘର ଠାରେ ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମା ମୁକ୍ତ ଅଭିଯାନ ଅଧୀନରେ ନାଲକୋ ସହାୟତାରେ ନିକ୍ଷୟ ପୋଷଣ ଯୋଜନାର ଶୁଭାରମ୍ଭ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଯକ୍ଷ୍ମା ରୋଗୀ ମାନଙ୍କୁ ନିୟମିତ ଔଷଧ ସେବନ ସହିତ ପୁଷ୍ଟିକର ଆହାର ସେବନ କରିବା ଉପରେ ଗୁରୁତ୍ବ ପ୍ରଦାନ କରି ଆଜି ନାଲକୋ ସହାୟତାରେ ବଅଁରପାଳ, କିଶୋର ନଗର ଏବଂ ଆଠମଲ୍ଲିକ ବ୍ଲକରେ ରହୁଥିବା ଯକ୍ଷ୍ମା ରୋଗୀମାନଙ୍କର ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ନାଲକୋର ନିକ୍ଷୟ ପୋଷଣ ଯୋଜନା ପାଇଁ ନେଇଥିବା ମହାନ ଉଦ୍ଦେଶ୍ୟର ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସମାଜର ଅବହେଳିତ, ନିଷ୍ପେସିତ ବର୍ଗଙ୍କ କଲ୍ୟାଣ ନିମନ୍ତେ ନାଲକୋରଏହିପରି ଅବଦାନ ନିରନ୍ତର ଜାରି ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ନାଲକୋ ମାନବ ସମ୍ବଳ ତଥା ପ୍ରଶାସନ ବିଭାଗର ସମୂହ ସାଧାରଣ ପ୍ରବନ୍ଧକ ସୁନୀଲ କୁମାର ମହାପାତ୍ର ଯୋଗ ଦେଇ ନାଲକୋ ତରଫରୁ ଯକ୍ଷ୍ମା ରୋଗୀ ମାନଙ୍କର ସ୍ବାସ୍ଥ୍ୟରେ ଉତ୍ତମ ସୁଧାର ଆଣିବା ପାଇଁ ସବୁ ସମୟରେ ସଂକଳ୍ପବଦ୍ଧ। ତେଣୁ ଯକ୍ଷ୍ମା ରୋଗୀମାନେ ନିୟମିତ ଔଷଧ ସେବନ ସହିତ ନାଲକୋ ତରଫରୁ ପ୍ରଦାନ କରାଯାଉଥିବା ପୋଷଣ ଖାଦ୍ୟ ଝୁଡ଼ିରେ ଦିଆଯାଉଥିବା ପୋଷଣଯୁକ୍ତ ଖାଦ୍ୟ ସେବନ କଲେ ଶୀଘ୍ର ଆରୋଗ୍ୟ ଲାଭ କରି ପାରିବେ ବୋଲି ମତବ୍ୟକ୍ତ କରିଥିଲେ।
ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ, ସହକାରୀ ଜିଲ୍ଲା ସାର୍ବଜନୀକ ଚିକିତ୍ସା, ଯକ୍ଷ୍ମା ଅଧିକାରୀ ଡାକ୍ତର କୃଷ୍ଣଚନ୍ଦ୍ର ପାଳ, ବ୍ଲକ ସାର୍ବଜନୀନ ଚିକିତ୍ସା ଅଧିକାରୀ ଘନଶ୍ୟାମ ବେହେରା, ନାଲକୋ ହାସପାତାଳର ସହକାରୀ ସାଧାରଣ ପ୍ରବନ୍ଧକ ଡାକ୍ତର ଚିନ୍ମୟ କୁମାର ବାରିକ, ରାଜ୍ୟ ଯକ୍ଷ୍ମା ସଂଯୋଜକ, ଶିବ ପ୍ରସାଦ ଓଝା ପ୍ରମୁଖ ଉପସ୍ଥିତ ରହି ପ୍ରସଙ୍ଗ ଭିତ୍ତିକ ଆଲୋଚନା ସହିତ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ପୁରୁଣାଗଡ ସାର୍ବଜନୀନ ଚିକିତ୍ସା କେନ୍ଦ୍ରର ଆୟୁଷ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟନାରାୟଣ ସାହୁ ଅତିଥି ପରିଚୟ ପ୍ରଦାନ ସହିତ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅବସରରେ ବନ୍ତଳା ପଞ୍ଚାୟତରେ ବସବାସ କରୁଥିବା ୧୦୦ ଜଣ ଯକ୍ଷ୍ମା ରୋଗୀ ଏବଂ ସେମାନଙ୍କର ପରିବାରମାନଙ୍କ ନିମନ୍ତେ ୪୦୦ ଖାଦ୍ୟ ଝୁଡ଼ିକୁ ବିଧାୟକ ଏବଂ ଅନ୍ୟାନ୍ୟ ଅତିଥି ମାନେ ବଣ୍ଟନ କରିଥିଲେ । ଅନୁଗୋଳ ବ୍ଲକ କାର୍ଯ୍ୟକ୍ରମ ପ୍ରବନ୍ଧକ, ରୋଜାଲିନ ସାହୁ, ଅନୁଗୋଳ ବ୍ଲକ ହିସାବ ରକ୍ଷକ, ଦେବାଶିଷ ମିଶ୍ର, ଆଶା, ଅଙ୍ଗନୱାଡ଼ି କର୍ମକର୍ତ୍ତା, ନାଲକୋ ଫାଉଣ୍ଡେସନର କର୍ମଚାରୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଟି.ବି ଆଲର୍ଟ ଇଣ୍ଡିଆର ରାଜ୍ୟ ସଂଯୋଜକ ଦୀପକ ମିଶ୍ର, ସ୍ବେଚ୍ଛାସେବୀ ଅନୁଷ୍ଠାନ “ସ୍ପନ୍ଦନ”ର ସଦସ୍ୟା ଗୀତାଞ୍ଜଳି ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ନାଲକୋ ସହାୟତାରେ ଯକ୍ଷ୍ମା ରୋଗୀ ମାନଙ୍କ ପାଇଁ ପୋଷଣ ଯୋଜନାର ଶୁଭାରମ୍ଭ !!!

