Site icon Awaj Media

ହୋପ୍ ଫାଉଣ୍ଡେସନ୍ ତରଫରୁ ରକ୍ତଦାନ ଏବଂ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର ବରାଳ : ହୋପ୍ ଫାଉଣ୍ଡେସନ୍ ତରଫରୁ ରକ୍ତଦାନ ଏବଂ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ! ବିଜେବି ନଗର ସ୍ଥିତ ଉର୍ଜା କ୍ଲାସେସ୍ ଶିକ୍ଷାନୁଷ୍ଠାନ ପରିସରରେ ହୋପ୍ ଫାଉଣ୍ଡସନ୍, ଜୟ ଓଡିଶା ଏବଂ କେୟାର ନେତ୍ରମ୍ ର ମିଳିତ ଆନୁକୂଲ୍ୟରେ ୧୭ ତମ ରକ୍ତଦାନ ଶିବିର ଏବଂ ଚକ୍ଷୁ ପରୀକ୍ଷା ସ୍ୱାସ୍ଥ୍ୟ ସେବା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ ଏବଂ ଶ୍ରୀଯୁକ୍ତ ରୁଦ୍ର ପ୍ରସାଦ ସାମନ୍ତରୟ ଯୋଗଦେଇ ଫାଉଣ୍ଡେସନ୍ ର ଏପରି ମହତ ପ୍ରୟାସ କୁ ଉଚ୍ଚ ପ୍ରଶଂସା କରିବା ସହିତ ରକ୍ତଦାନ ର ମହତ୍ୱ ସଂପର୍କରେ ବୁଝାଇ କହିଥିଲେ ! ସ୍ବେଛାକୃତ ରକ୍ତଦାନ କରିବା ପାଇଁ ଯୁବ ଓ ଛାତ୍ର ସମାଜ କୁ ବହୁ ସଂଖ୍ୟାରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ସ୍ଥାନିୟ ଜନ ସାଧାରଣ ବହୁ ସଂଖ୍ୟାରେ ଆସି ନିଜର ସ୍ୱାସ୍ଥ୍ୟ ଏବଂ ଚକ୍ଷୁ ପରୀକ୍ଷା କରାଇଥିଲେ । ୭୦ ରୁ ଉର୍ଧ ବ୍ଯକ୍ତି ନିଜର ଚକ୍ଷୁ ପରୀକ୍ଷା କରାଇବା ସହିତ ଚଷମା ନେଇଥିଲେ । ଶିବିରରେ ମୋଟ ୩୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଭାରତୀୟ ରେଡକ୍ରସ ସୋସାଇଟ୍ କୁ ପ୍ରଦାନ କରାଯାଇଥିଲା । ଶେଷରେ ହୋପ୍ ର ସଭାପତି ବିକ୍ରମ ନାୟକ ଫାଉଣ୍ଡେସନ ତରଫରୁ ଧନ୍ୟଵାଦ ପ୍ରଦାନ କରିଥିଲେ ।

Exit mobile version