Site icon Awaj Media

ଅଗ୍ରଣୀ ଡିଜିଟାଲ ମିଡ଼ିଆ ସଂଯୋଗ ଟୁଡେ ର ୬ ଷ୍ଠ ବାର୍ଷିକ ଉତ୍ସବ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଭୁବନେଶ୍ୱର ଜୟଦେବ ଭବନ ଗୀତ ଗୋବିନ୍ଦ ସଦନ ସଭା କକ୍ଷରେ ବରିଷ୍ଠ ଶିଳ୍ପପତି ଡଃ ଅର୍ଜୁନ ମହାରଣା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ଓଡ଼ିଶା ର ଅଗ୍ରଣୀ ସାମାଜିକ ଗଣମାଧ୍ୟମ ଚ୍ୟାନେଲ ସଂଯୋଗ ଟୁଡେ ର ୬ ଷ୍ଠ ବାର୍ଷିକ ଉତ୍ସବ ! ସଂଯୋଗ ଟୁଡ଼େ ର ମୁଖ୍ୟ ପରିଚାଳକ ସୁଧୀର ସାହୁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ! ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ବାଙ୍କୀ ବିଧାୟକ ଜନନେତା ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ତମାନ ସମୟରେ ସାମାଜିକ ଗଣମାଧ୍ୟମ ର ଆବଶ୍ୟକତା ଉପରେ ଆଲୋଚନା ରଖିବା ସହ ସଂଯୋଗ ଟୁଡେ ମାତ୍ର ୬ ବର୍ଷ ମଧ୍ୟରେ ସାମାଜିକ ଗଣମାଧ୍ୟମ ଦୁନିଆର ଏକ ପରିଚିତ ନାଁ ହୋଇଯାଇଥିବା ପ୍ରକାଶ କରିଥିଲେ ! ବାଙ୍କୀ ବିଧାୟକ ଦେବି ରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରି ସାମ୍ପ୍ରତିକ ପରିସ୍ଥିତି ରେ ସାମାଜିକ ଗଣମାଧ୍ୟମ କିଭଳି ପ୍ରମୁଖ ଭୁମିକା ନିର୍ବାହ କରୁଛି ସେନେଇ ଆଲୋଚନା ରଖିଥିଲେ ! ବାଙ୍କୀ ବିଜେପି ନେତା ଶୁଭ୍ରାଂଶୁ ମୋହୋନ ପାଢ଼ୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ସାମାଜିକ ଗଣମାଧ୍ୟମ ଓ ସଂଯୋଗ ଟୁଡେ ର କାର୍ଯ୍ୟଦକ୍ଷତା ବିଷୟରେ ନିଜ ମତବ୍ୟକ୍ତ କରିଥିଲେ ! କାର୍ଯ୍ୟକ୍ରମ ରେ ବାଙ୍କୀ ଡମପଡା ବ୍ଲକ୍ ଅଧ୍ୟକ୍ଷ ପ୍ରଣବ ପଟେଲ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଣମାଧ୍ୟମ ର ଆବଶ୍ୟକତା ଓ ସଂଯୋଗ ଟୁଡେ ର କାର୍ଯଶୈଳି କିଭଳି ସମାନ୍ତରାଳ ଭାବେ ସାମାଜିକ ବିକାଶରେ ସହାୟକ ହୋଇପାରିବେ ସେ ନେଇ ନିଜର ଅଭିଭାଷଣ ରଖିଥିଲେ ! ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ରମିତା ସାହୁ , ସୁଶାନ୍ତ କୁମାର ମହାନ୍ତି , ଇଁ ଅକ୍ଷୟ ବେହେରା ଆଦି ଯୋଗ ଦେଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରୟ ୯୦ ଜଣଙ୍କୁ ସଂଯୋଗ ଉତ୍କର୍ଷ ସମ୍ମାନ ୨୦୨୫ ରେ ସମ୍ମାନୀତ କରାଯାଇଥିଲା ! କାର୍ଯ୍ୟକ୍ରମ କୁ ସାମ୍ବାଦିକ ସତ୍ୟବ୍ରତ ଦାଶ ପରିଚାଳନା କରିଥିଲା ବେଳେ ସଂଯୋଗ ଟୁଡେ ପରିବାର ର ସଦସ୍ୟ ମାନେ ସହୋଯୋଗ କରିଥିଲେ !

Exit mobile version