Site icon Awaj Media

ଗୁମ୍ମା ବ୍ଲକ ତୁମୁଲ ପଞ୍ଚାୟତ କାର୍ଯ୍ୟାଳୟ ରେ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ୍‌ର ତୁମୁଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସମାଜ କଳ୍ୟାଣ ଯୋଜନା ସହିତ ପାଠଶାଳା ଛାଡ଼ି ଦେଇଥିବା ଶିଶୁମାନଙ୍କ ଭର୍ତ୍ତିକରଣ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକାରଣ ସଚିବ(DLSA) ର ସଚିବ ଶ୍ରୀ ବିମଳ ରାଉଳ ଅଧ୍ୟକ୍ଷତା କରିଥିଲେ ଓ ଉକ୍ତ ବିଷୟଗୁଡ଼ିକ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି ଅବସରରେ ଉପସ୍ଥିତ ଶ୍ରୀ ଜିତେନ୍ଦ୍ର ପଟ୍ଟନାୟକ, ଅଧ୍ୟକ୍ଷ, ପାରଲାଖେମୁଣ୍ଡି ଓକିଲ ସଂଘ , ଶ୍ରୀ ଦୁଳାରମ୍ ମାରାଣ୍ଡୀ, ବିଡିଓ, ଗୁମ୍ମା ବ୍ଲକ୍ , ଶ୍ରୀ ସତ୍ୟଜିତ ବେହେରା, ବିଏସଏସଓ, ଗୁମ୍ମା ବ୍ଲକ୍ , ଶ୍ରୀ ମାନସ ସାହୁ, ଏଏଲଓ, ଗଜପତି , ଶ୍ରୀ ଡି. ଶ୍ରୀଧର, ସିଆରସିସି, ତୁମଲ , ଶ୍ରୀ ସଲମାନ୍ ରାଇତା, ସରପଞ୍ଚ, ତୁମଲ ପଞ୍ଚାୟତ , ଶ୍ରୀମତୀ ସସିରେଖା ବିଶୋଇ, ପିଏଲଭି ପ୍ରମୁଖ ଜନସାଧାରଣଙ୍କୁ ବିଭିନ୍ନ କଳ୍ୟାଣ ଯୋଜନାର ବ୍ୟବସ୍ଥା, ଲାଭ ଓ ପ୍ରକ୍ରିୟା ବିଷୟରେ ସଚେତନ କରିଥିଲେ ଏବଂ ପାଠଶାଳା ଛାଡ଼ି ଦେଇଥିବା ଶିଶୁମାନଙ୍କୁ ପୁନ ଭର୍ତ୍ତି ପାଇଁ ଉତ୍ସାହିତ କରିଥିଲେ ।

Exit mobile version