Site icon Awaj Media

ଏକାମ୍ର ପବ୍ଲିକ ସ୍କୁଲ ପରିସରରେ ଉଡିଲା ତ୍ରିରଙ୍ଗା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ମହାନ୍ତି : 79 ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସମଗ୍ର ଦେଶ ହୋଇ ପଡିଛି ଉତ୍ସବ ମୁଖର ! ରାଜ୍ୟର ରାଜଧାନୀ ସମେତ ସମସ୍ତ ଜିଲ୍ଲା ସଦର ମହକୁମା ଏବଂ ସରକାରୀ , ଘରୋଇ଼ ପ୍ରତିଷ୍ଠାନରେ ପାଳିତ ହୋଇଛି ସ୍ୱାଧୀନତା ଦିବସ ! ପୁରୁଣା ଭୁବନେଶ୍ୱର ସାମନ୍ତରାପୁର ଅଂଚଳରେ ଅବସ୍ଥିତ ଏକାମ୍ର ପବ୍ଲିକ ସ୍କୁଲ ପରିସରରେ ଉଡିଲା ତ୍ରିରଙ୍ଗା ! ସ୍କୁଲ ର ଅଧ୍ୟକ୍ଷା ରାଜଶ୍ରୀ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିବା ସମୟରେ ବିଦ୍ୟାର୍ଥୀ ଏବଂ ଶିକ୍ଷୟିତ୍ରୀ ମାନେ ମିଶି ଜାତୀୟ ସଙ୍ଗୀତ ଗାନ କରିଥିଲେ ! ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷୟିତ୍ରୀ ଏବଂ ବିଦ୍ୟାର୍ଥୀ ମାନେ ଉପସ୍ଥିତ ରହିଥିଲେ ! ଆଗରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l କୁନି ପିଲାଙ୍କର ଦେଶାତ୍ମବୋଧକ ସ୍ଲୋଗାନ ସବୁଠାରୁ ଆକର୍ଷଣୀୟ ଥିବା ସମୟରେ ସମସ୍ତଙ୍କୁ ଉପହାର ପ୍ରଦାନ ସହିତ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା !

Exit mobile version