Site icon Awaj Media

ଲିଲି ଇଣ୍ଟରନ୍ୟାସନାଲ୍ ସ୍କୁଲରେ ସ୍ବାଧୀନତା ଦିବସ ପାଳିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ୪୨ ମୌଜା ରାଉତରାପୁର ଲିଲି ଇଣ୍ଟରନ୍ୟାସନାଲ୍ ସ୍କୁଲରେ ସ୍ୱାଧୀନତା ଦିବସ ଅଧ୍ଯକ୍ଷା ସାଗରିକା ପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ! ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପ୍ରାଧ୍ୟାପକ ଡକ୍ଟର କଲ୍ଲିମୁଲ୍ଲା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ପାର୍ବତୀ ବିଦ୍ୟାପୀଠ ର ଅବସରପ୍ରାପ୍ତ ଶିକ୍ଷକ ଅଶୋକ ପତି, ବିଦ୍ୟାଳୟର ସମ୍ପାଦକ ସକିଲ୍ ଅକତର୍ ଖାଁ, ସଭାପତି ଡକ୍ଟର ଜାହିର ବେଗ, ଡକ୍ଟର ଜମାଲ ଆରା,ଅଭିଭାବକ ମାନେ ଯୋଗଦାନ କରିଥିଲେ । ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବିଦ୍ୟାର୍ଥୀ ମାନେ ପ୍ୟାରେଡରେ ଯୋଗଦେଇ ଅତିଥି ମାନଙ୍କୁ ସମ୍ବୋଧନ କରିଥିଲେ । ଅତିଥି ବର୍ଗ ଦିବସର ମହତ୍ତ୍ବ ଏବଂ ଭଲ ନାଗରିକ ହୋଇ ସୁସମାଜ ଗଠନ କରିବାରେ ଛାତ୍ରଛାତ୍ରୀ ମାନଙ୍କର ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Exit mobile version