ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ଓ ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଓ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ବଳିଦାନ ଦିବସ ପାଳିତ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡ଼ ରାଧାକାନ୍ତ ମଠରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ,ବିଶ୍ଵ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ନଗର ସଭାପତି ରବିନ ସାହୁକାରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ଓଡ଼ିଶା ପ୍ରାନ୍ତର ସାମାଜିକ ସମର ସଂଯୋଜକ ତରଣୀ ସେନ ଦାଶ୍, ଜିଲ୍ଲା ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ କୈଳାସ ଚନ୍ଦ୍ର ପଟ୍ଟନାୟକ,ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଲୋକନାଥ ମିଶ୍ର,ଦେବୀ ମଠର ମହନ୍ତ ମହାରାଜା ରାମାନନ୍ଦ ଦାସଜୀ,ସି ସି ଡି ର ସମ୍ପାଦକ ଏ ଜଗନ୍ନାଥ ରାଜୁ, ବିଶ୍ୱ ହିନ୍ଦୁ ପରିଷଦର କୋଷାଧ୍ୟକ୍ଷ ହରି ମୋହନ ପଟ୍ଟନାୟକ, ଉପ ସଭାପତି ଆଶାଲତା ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ମାନେ ବିଶ୍ୱ ହିନ୍ଦୁ ପରିଷଦର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ନିଜର ମତବ୍ୟକ୍ତ କରିଥିଲେ। ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ କୁନି କୁନି ବାଳକ ବାଳିକା ମାନେ ରାଧାକୃଷ୍ଣ ବେଶ ହୋଇଥିଲେ।ପ୍ରତିଯୋଗିତାରେ ଭାଗ ନେଇ ଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ରବିନ ସାହୁକାର, କୈଳାସ ବିଶ୍ୱାଳ,ସନୁ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ବଳିଦାନ ଦିବସ ପାଳିତ !!!

