Site icon Awaj Media

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସମବାୟ ସମିତି ସମ୍ପାଦକ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ମହୁ ପ୍ରାଥମିକ ସମବାୟ ସମିତିର ସମ୍ପାଦକ ଧୀରେନ୍ଦ୍ର ମହାନ୍ତି ଲାଞ୍ଚ ନେଉଥିବା ବେଳେ ହାତେ ହାତେ ଧରିଛି ଭିଜିଲାନ୍ସ ଟିମ । ସୂଚନା ଅନୁସାରେ, ଋଣ କରାଇଦେବା ପାଇଁ ସେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ପ୍ରତିବାଦୀ ଏହାର ସୂଚନା ଭିଜିଲାନ୍ସ ଅଧିକାରୀ ମାନଙ୍କୁ ଦେଇଥିଲେ । ପରେ ଯୋଜନାବଦ୍ଧ ଭାବରେ ଟ୍ରାପ ହୋଇ, ଟଙ୍କା ଗ୍ରହଣ କରୁଥିବା ସମୟରେ ଧୀରେନ୍ଦ୍ର ମହାନ୍ତିଙ୍କୁ ରେଡ଼-ହ୍ୟାଣ୍ଡ ଧରାଯାଇଥିଲା । ଭିଜିଲାନ୍ସ ଟିମ ସେଥିରୁ ଲାଞ୍ଚ ଟଙ୍କା ସହିତ ସମସ୍ତ ଲେଖାଜୋଖା ତଥ୍ୟ ଜବତ କରିଛନ୍ତି । ଏହି ଅଭିଯାନ ପରେ ସମଗ୍ର ଅଞ୍ଚଳରେ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଚାଲିଛି ।

Exit mobile version