Site icon Awaj Media

ଜିଲ୍ଲା ଆଇନସେବା ପ୍ରାଧିକରଣ ପ୍ୟାନେଲ ଓକିଲ ଏବଂ ସରକାରୀ କର୍ମଚାରୀଙ୍କୁ ନେଇ ତାଲିମ ଶିବିର !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଅଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ ଜିଲ୍ଲା ଦୌରାଜଜ୍ ତଥା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଳିବ ଅଞ୍ଜଳି ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତ‌ତ୍ବାବଧାନରେ ଜିଲ୍ଲାପରଷଦ ନୟାଗଡ଼ଙ୍କ ଡି.ପି.ଆର୍.ସି. ସମ୍ମିଳନୀ କକ୍ଷରେ ପ୍ୟାନେଲ ଓକିଲ, ପୋଲିସ ଅଧୀକାରୀ, ଜଙ୍ଗଲବିଭାଗ ଅଧିକାରୀ, ଅବକାରୀ ବିଭାଗର ଅଧୀକାରୀମାନଙ୍କୁ ନେଇ ଏକ ତାଲିମି ଶିବିରକୁ ମୁଖ୍ୟଅତିଥୁ ସଚ୍ଚିବ ଅଞ୍ଜଳୀ ମଛଖଣ୍ଡ ଉଦ୍‌ଘାଟନ କରି ଓଡ଼ିଶା ଉଚ୍ଚନ୍ୟାୟାଳୟଙ୍କ ଭି.ସି. ନିୟମ ୨୦୨୦ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ସରକାରୀ ଓକିଲ ଦଣ୍ଡପାଣି ସ୍ୱାଇଁ ଦେୱାନୀ ପ୍ରଣାଳୀ ଓ ମଧ୍ୟସ୍ଥିତା ଆଇନ୍ ୨୦୦୭ ଉପରେ, ସମ୍ମାନିତ ଅତିଥି ବରିଷ୍ଠ ଅଧ‌ିବକ୍ତା ରମେଶ ଚନ୍ଦ୍ର ମହାରଣା ଫୌଳଦାରୀ ଆଇନ୍ ୧୯୯୭ ଓ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ରେ ମୁଦାଲାମାନଙ୍କର ଅଧିକାର ଉପରେ ଆଲୋକପାତ କରିଥିଲେ । ତତ୍‌ସହିତ ସରକାରୀ ଓକିଲ ଆକାଶ ଦାଶ ସୁଭାସ ଆପ୍ ଦ୍ଵାରା ଇଂରାଜୀ ବିଚାରକୁ ଓଡ଼ିଆ ମାତୃଭାଷାରେ ପ୍ରକାଶ ପ୍ରକିୟା ଉପରେ ଆଲୋକପାତ କରିଥିଲେ । ଓକିଲ ଆକାଶ ଦାସ ଓ ରମେଶ ମହାରଣା ପୋଲିସ,ଅବକାରୀ, ଓ ଜଙ୍ଗଲ ବିଭାଗ ଅଧିକାରୀ ମାନଂକୁ ଧରାଯାଉଥିବା ଦୋଷୀ ଲୋକଙ୍କୁ କେଭଳି ଚାରଷିଟ ଦାଖଲ କରି ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ଓ ତତଃ ସହିତ ଅଧିକାରୀ ମାନେନିଜ ସ୍ୱାର୍ଥ ଛାଡି ନିଜେ ସ୍ଵଛ ନିରପକ୍ଷ ହେବା ଗାରିମା ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ !କାହିଁକି ନା ବର୍ତ୍ତମାନ ବହୁତ ପ୍ରକାରର ଅଭିଯୋଗ ଅଧିକାରୀ ମାନଙ୍କ ଉପରେ ଦେଖିବାକୁ ମିଳିଛି ! ଉକ୍ତ ତାଲିମ ଶିବିରକୁ ସଫଳ କରିବାପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା, ଲିପ୍‌ସା ଦାସ, ସୋନାଲି ପଟ୍ଟନାୟକ, ଶୁଭସ୍ମିତା ମିଶ୍ର, ପ୍ରମୋଦ ମହାନ୍ତିଙ୍କ ସମେତ ସମସ୍ତ ଅଧିକାର ମିତ୍ର ଏବଂ ଆଇନସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା, ପ୍ରଶାନ୍ତ କୁମାର ସାହୁ, ରାଜେଶ କୁମାର ବାରିକ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।ଶେଷରେ ସଚିବ ଅଞ୍ଜଳି ମଛଖଣ୍ଡ ସମସ୍ତଙ୍କୁ ଏଭଳି ସଚେତନତା କାର୍ଯ୍ୟକ୍ରମକୁ ସଦା ସର୍ବଦା ଶୀର୍ଷ କୁ ନେବାପାଇଁ ସମସ୍ତ ଙ୍କୁ ସହଯୋଗ ର ହାତ ବଢ଼ାଇବାକୁ ଆଗ୍ରହ ପ୍ରକାଶ କରିଥିଲେ ଓ ବିଶେଷ କରି ସାମ୍ବାଦିକ ଭାଇମାନଙ୍କୁ ଏ ପ୍ରଚାର ପ୍ରସାର ର ସ୍ରୋତ ଦ୍ୱାରା ଆଗକୁ ବଢ଼ାଇ ମୁଖ୍ୟଭୂମିକା କରି ଥିବାରୁ ସଚିବ ଅଞ୍ଜଳି ମଛଖଣ୍ଡ ହୃଦୟରୁ ବିଶେଷ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ !

Exit mobile version