Site icon Awaj Media

ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ଜିଲ୍ଲା କିଶନନଗର ଥାନା ସୋଗଲ ଅଞ୍ଚଳର ଅଗ୍ରଣୀ ସାମାଜିକ ସଙ୍ଗଠନ ସଂଯୁକ୍ତା ମେମୋରିଆଲ ଚାରିଟେବୁଲ୍ ଟ୍ରଷ୍ଟ(ଏସଏମସିଟି) ସମାଜସେବା,ରକ୍ତଦାନ,ପରିବେଶ ସୁରକ୍ଷା ସହ ଚାରା ରୋପଣ ଓ ବଣ୍ଟନ,ବାଳାଶ୍ରମ ଓ ବୃଦ୍ଧାଶ୍ରମ ମାନଙ୍କରେ ସେବା କାର୍ଯ୍ୟ, ରୋଗୀ ସେବା ,ଶିକ୍ଷାଦାନ, ପୂଜ୍ୟପୂଜା ସହ ପ୍ରତିଭା ସମ୍ମାନ ଆଦି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛି । ସାଲେପୁର ବ୍ଲକ୍ ଉପକଣ୍ଠ ୪୬ ନମ୍ୱର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା
ଦିବଂଗତ ସଂଯୁକ୍ତା ଦେବୀଙ୍କ ସ୍ମୃତି ଉଦ୍ଧେଶ୍ୟରେ ତାଙ୍କ ମହାନ୍ ଆଦର୍ଶ ପରିବାର ପକ୍ଷରୁ ତାଙ୍କ ଦୁଇ ସୁପୁତ୍ର ସମାଜସେବୀ ଇଂ.ବସନ୍ତ ଓ ସମାଜସେବୀ ସନ୍ତୋଷ ସାମାଜିକ ସଙ୍ଗଠନ ସଂଯୁକ୍ତା ମେମୋରିଆଲ ଚାରିଟେବୁଲ୍ ଟ୍ରଷ୍ଟ ନାମରେ ଏକ ସାମାଜିକ ସଂଗଠନ ପ୍ରତିଷ୍ଠା କରି ସେବାକାର୍ଯ୍ୟ ଜାରୀ ରଖିଛନ୍ତି।

Exit mobile version